ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା
By: Samaya Live News
ରାଉରକେଲା : ରାଉରକେଲାରେ ନୃଶଂସ କାଣ୍ଡ । ଦୁଷ୍କର୍ମ ପରେ ବିଷ ଦେଇ ନାବାଳିକା ଛାତ୍ରୀଙ୍କୁ ହତ୍ୟା I ଜଙ୍ଗଲରୁ ଉଦ୍ଧାର ହେଲା ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ । ରାଉରକେଲା ବିଶ୍ରା ଥାନା ଅଞ୍ଚଳରୁ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପ୍ରାଥମିକ ସୂଚନା ମିଳିଛି । ମୃତକ ଛାତ୍ରୀ ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗାଁର ।
ସମ୍ବନ୍ଧିତ ଖବର ସଂତୃପ୍ତ ଓ ଦତ୍ତେଶ୍ୱର ବିଜେଡି ର ରାଜ୍ୟସଭା ପ୍ରାର୍ଥୀ
ସୂଚନାନୁସାରେ,ଗୁରୁବାର ସ୍କୁଲକୁ ଯାଇ ଆଉ ଫେରିନଥିଲେ ଛାତ୍ରୀ ଜଣକ । ବହୁ ଖୋଜାଖୋଜି ପରେ ନିକଟସ୍ଥ ଜଙ୍ଗଲରୁ ମୁର୍ମୁଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ । ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା କରିଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏନେଇ ପରିବାରଲୋକେ ବିଶ୍ରା ଥାନାରେ ଅଭିଯୋଗ ଆଣିଛନ୍ତି ।
ସମ୍ବନ୍ଧିତ ଖବର ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଉର୍ଦ୍ଧ୍ବ କଳାକାର ଆହତ
Tags:



