ନାବାଳିକାଙ୍କୁ ଘର ମାଲିକଙ୍କ ଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା। ନାବାଳିକାଙ୍କୁ ଘରମାଲିକଙ୍କ ଦୁଷ୍କର୍ମ ଅଭିଯୋଗ। ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୀଡିତା । ସଖୀ ସେଣ୍ଟରରେ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଭରତପୁର ଥାନା କଳିଙ୍ଗ ନଗର ଅଞ୍ଚଳରେ । ପୀଡ଼ିତାଙ୍କ ବାପା ମା' ଘରେ ନଥିବାବେଳେ ଘର ମାଲିକ ଏହି କାଣ୍ଡ ଭିଆଇଥିଲେ I ଏନେଇ ପରିବାର ଲୋକେ ମହିଳା ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ମହିଳା ଥାନା ପୋଲିସ ତଦନ୍ତ କରି ଘର ମାଲିକକୁ ଗିରଫ କରିଛି ।
ସୂଚନାନୁସାରେ,ଗଞ୍ଜାମ ଅଞ୍ଚଳର ନାବାଳିକା ଜଣକ ବାପା-ମା’ଙ୍କ ସହ ଭୁବନେଶ୍ବର କଳିଙ୍ଗ ନଗରରେ ପାନ ଦୋକାନ କରିଥିବା ଜନୈକ ବ୍ୟକ୍ତିଙ୍କ ଘରେ ଭଡାରେ ରୁହନ୍ତି । ଗତ ୪ ତାରିଖ ସନ୍ଧ୍ୟାରେ ତାଙ୍କ ବାପା ମା' ବାହାରକୁ ଯାଇଥିବାବେଳେ ଘର ମାଲିକ ଦୁଷ୍କର୍ମ କରିଥିଲେ । ପରଦିନ ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରିଥିଲେ ଘର ମାଲିକ । ପରିବାର ଲୋକେ ଏହା ଜାଣିବା ପରେ ମହିଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଘର ମାଲିକଙ୍କୁ ଗିରଫ କରାଯାଇଛି ।
ସେପଟେ ମହିଳା କମିଶନ ସଦସ୍ୟା କ୍ୟାପିଟାଲ ହସ୍ପିଟାଲ ଯାଇ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ପୀଡିତାଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ମାମଲା ନେଇ ମହିଳା ଥାନାରେ ପଚାରି ବୁଝିଛନ୍ତି।


