ପ୍ରେମ ପାଇଁ ମା' ଓ ଭାଇଙ୍କୁ ନାବାଳିକାଙ୍କ ହତ୍ୟା ଅଭିଯୋଗ

ପ୍ରେମ ପାଇଁ ମା' ଓ ଭାଇଙ୍କୁ ନାବାଳିକାଙ୍କ ହତ୍ୟା ଅଭିଯୋଗ

କୋରାପୁର  : ନାବାଳିକାଙ୍କ ନାରକୀୟ କାଣ୍ଡ । ପ୍ରେମ ପାଇଁ ମା' ଓ ଭାଇଙ୍କୁ ହତ୍ୟା ଅଭିଯୋଗ । ସମ୍ପୃକ୍ତ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ । ଗତ ୨୦ ତାରିଖରେ ମା' ଅନୁଷ୍କା ପରିଡା ବୟସ(୪୫) ଏବଂ ପୁଅ ଅହମ ପରିଡ଼ା ବୟସ (୧୪) ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୋବାଇଲ ମଧ୍ୟ ବନ୍ଦ ରହିଥିଲା । ଏନେଇ ଅନୁଷ୍କାଙ୍କ ଭାଇ ୨୧ ତାରିଖ ଦିନ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରି ସନ୍ଦେହରେ ନାବାଳିକା ଓ ତାଙ୍କ ଭାଇଙ୍କୁ ଥାଙ୍କ ଆଣି ପଚାର ଉଚରା ଜାରି ରଖିଛି ।

ସମ୍ବନ୍ଧିତ ଖବର ୧୨ ହଜାର ମାଟ୍ରିକ୍ ପରୀକ୍ଷା ପରୀକ୍ଷାର୍ଥୀ ଅନୁପସ୍ଥିତ

ସୂଚନାନୁସାରେ,ଆଜି କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡିରା ମୁଣ୍ଡା କେନାଲ ରେ ଏକ ବସ୍ତାରେ ଶବ ଭାସୁଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ,ଅଗ୍ନିଶମ ବିଭାଗ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ବସ୍ତା ଭିତରୁ ପୁଅ ଅହମ ପରିଡାର ଗଳିତ ଶବ ଉଦ୍ଧାର କରିଥିଲେ । ପୁଅର ଗଳା କାଟି ହାତ ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମାଆର ମୃତ ଦେହ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ ପୋଲିସ ଝିଅ କୁ ପଚରା ଉଚରା କରୁଛି । ସାଇଣ୍ଟିଫିକ ଟିମ ଅନୁଷ୍କା ଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଝିଅ ସେହି ପାଖିରେ ଥିବା ଏକ ପୁଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ସମ୍ବନ୍ଧିତ ଖବର ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ

ମାଆ ଅନୁଷ୍କା ପରିଡା ପ୍ରେମ ସମ୍ପର୍କ କୁ ବାରଣ କରୁଥିଲେ ସେଥିରେ ଉତ୍ୟକ୍ତ ହୋଇ ସବୁଦିନ ପାଇଁ ରାସ୍ତାର କଣ୍ଟାକୁ ହୋଟେଇବା ପାଇଁ ଏଭଳି କାଣ୍ଡ ଘଟାଇଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ପ୍ରେମିକ କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି । ଅତିଶୀଘ୍ର ମାଆର ଶବ ଉଦ୍ଧାର ହେବ ଏବଂ କାହାଣୀ ର ପରଦା ହଟିବ ବୋଲି ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ।

ସମ୍ବନ୍ଧିତ ଖବର ରିମାଣ୍ଡରେ ଯିବ ଫେରାର କଏଦୀ ମଧୁକାନ୍ତ ରାଣା

Tags: