ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ବାରଙ୍ଗ ଥାନାରେ ପୁରୁଷ ବନ୍ଧୁ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା, ବାରଙ୍ଗ ଥାନାରେ ପୁରୁଷ ବନ୍ଧୁ
Samaya Live News Picture
Published On

ଭୁବନେଶ୍ୱର : ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ଫିଟିବ ରହସ୍ୟ । ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କୁ ଜେରା । ଚନ୍ଦ୍ରିକା ମୃତ୍ୟୁ ଘଟଣାରେ ୯ ଦିନ ଧରି ଫେରାର ହେବା ପରେ ଶୁକ୍ରବାର ରାତି ୯ଟାରେ ମୟୁରଭଞ୍ଜ ବିଶୋଇ ଥାନାରେ ଆତ୍ମସମର୍ପଣ କରିଛନ୍ତି ଓଏଏସ ଭୀମସେନ ଟୁଡ଼ୁ । ସେଠାରୁ ତାଙ୍କୁ କମିଶନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାଡ ପହଞ୍ଚି ଭୁବନେଶ୍ୱର ବାରଙ୍ଗ ଥାନାକୁ ଆଣି ମାରାଥନ ଜେରା କରୁଛି । ତେବେ ପୋଲିସ ତାଙ୍କ ଠାରୁ ଜବତ କରିଥିବା ଲାପଟପ୍ ଓ ମୋବାଇଲରୁ ତଥ୍ୟ କାଢ଼ିବାକୁ ଉଦ୍ୟମ ଜାରି ରଖିଛି ।

ସୂଚନାନୁସାରେ, ଗତ ୭ତାରିଖ ଦିନ କଟକ ତ୍ରିଶୂଳିଆ କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର ହୋଇଥିଲା ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ । ସେ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ ଛାତ୍ରୀ ଥିଲେ । ଭୀମସେନ ଟୁଡୁଙ୍କୁ ସହ ତାଙ୍କର ନବୋଦୟ ସ୍କୁଲରେ ପଢ଼ୁଥିବା ବେଳୁ ଅର୍ଥାତ ୧୫ବର୍ଷ ଧରି ପ୍ରମ ସମ୍ପର୍କ ରହିଥିଲା । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ିଯିବା ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା  । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ଅପମୃତ୍ୟୁ ମାମଲା କୁହାଯାଉଥିଲେ ମଧ୍ୟ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ଚନ୍ଦ୍ରିକାଙ୍କ ମା’ ହୀରାମଣି ହେମ୍ବ୍ରମ ଓ ପରିବାର ସଦସ୍ୟ ଭୀମସେନଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ଜୀବନ ହାରିବା ପାଇଁ ଉସୁକାଇବା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି ।  ୨୦୨୭ରେ ବିବାହ କରିବା ପାଇଁ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଅଭିଯୋଗ ଅନୁସାରେ, ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଟ୍ରେନିଂରେ ଯିବା ପରେ ଭୀମସେନଙ୍କର ଅନ୍ୟ ଜଣେ ବାନ୍ଧବୀଙ୍କ ସହ ସମ୍ପର୍କ ଗଢ଼ିଥିଲେ। ଏହାକୁ ନେଇ ବିବାଦ ବଢ଼ିଥିଲା ।

ଚନ୍ଦ୍ରିକାଙ୍କୁ ତାଙ୍କ ଚେହେରା ଓ ରଙ୍ଗକୁ ନେଇ ପୁରୁଷ ବନ୍ଧୁ ଅନେକ ଥର ତାତ୍ସଲ୍ୟ କରୁଥିଲେ । ଏଥିପାଇଁ ଚନ୍ଦ୍ରିକା ରଙ୍ଗ ଗୋରା କରିବା ଇଞ୍ଜେକସନ ନେଉଥିଲେ । ପରିବାର ଲୋକେ ଏହାକୁ ଆତ୍ମହତ୍ୟା ନୁହେଁ, ବରଂ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଓ ପ୍ରମାଣ ନଷ୍ଟ କରିବାର ଷଡ଼ଯନ୍ତ୍ର ବୋଲି ଦାବି କରିଛନ୍ତି । ପୋଲିସ ଭାରତୀୟ ନ୍ୟାୟ ସଂହିତା ର ଧାରା ୧୦୮ ଆତ୍ମହତ୍ୟା ପାଇଁ ଉସୁକାଇବା ଏବଂ ଧାରା ୩୪ (ସମାନ ଉଦ୍ଦେଶ୍ୟ) ଅଧୀନରେ ମାମଲା ରୁଜୁ କରିଛି ।  

Tags: