ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ହତ୍ୟା ନୁହେଁ ପାଣିରେ ବୁଡି ମୃତ୍ୟୁ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା, ଆସିଲା ପୋଷ୍ଟମର୍ଟମ ରିପୋର୍ଟ
Samaya Live News Picture
Published On

ଭୁବନେଶ୍ୱର :  ଜୁନ୍ ୪ ତାରିଖରେ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ତଳୁ ଉଦ୍ଧାର ହୋଇଥିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ । କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଥିଲା । ଝିଅର ମୃତ୍ୟୁ ପାଇଁ ତାଙ୍କ ଓଏଏସ ପୁରୁଷ ବନ୍ଧୁଙ୍କୁ ଦାୟୀ କରିଥିଲେ ଚନ୍ଦ୍ରିକଙ୍କ ପରିବାର । ଏପରିକି ଚନ୍ଦ୍ରିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ଅନ୍ୟ ଜଣେ ଯୁବତୀଙ୍କ ପ୍ରବେଶ ପରେ ଉଭୟେ ମିଶି ତାଙ୍କ ଝିଅ ଚନ୍ଦ୍ରିକାକୁ ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ କରିଥିଲେ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣା ଉପରୁ ପରଦା ଉଠିଛି । ପୋଷ୍ଟମର୍ଟମ ରିପୋର୍ଟରେ ପାଣିରେ ବୁଡ଼ି ଅଣନିଶ୍ବାସୀ ହେବାରୁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ତେବେ ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାର କୌଣସି ସତ୍ୟତା ନାହିଁ । କାରଣ ହତ୍ୟା କରାଯାଇଥିବା ନେଇ ପୋଷ୍ଟ ମର୍ଟମ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନାହିଁ ।

ସେପଟେ ଚନ୍ଦ୍ରିକାଙ୍କ ପରିବାର ଏହି ରିପୋର୍ଟକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ସେମାନେ କହିଛନ୍ତି ଚନ୍ଦ୍ରିକା ପାଣିରେ ବୁଡିବା ଅସମ୍ଭବ । କାହିଁକି ନା ଯେଉଁ ସ୍ଥାନରୁ ମୃତଦେହ ମିଳିଲା ସେଠାରେ ବହୁତ କମ୍ ପାଣି ଥିଲା । ଏତେ ଉଚ୍ଚରୁ ଡେଇଁ ଅଳ୍ପ ପାଣିରେ ବୁଡିବା ଅସମ୍ଭବ । ଚନ୍ଦ୍ରିକାଙ୍କୁ ପାଣିରେ ଜୋର ଜବରଦସ୍ତ ବୁଡାଇ ହତ୍ୟା କରାଯାଇଥାଇପାରେ ନଚେତ ଆଉ କେଉଁଠୁ ଶ୍ୱାସରୁଦ୍ଧ କରି ହତ୍ୟା କରି ଆଣି ସେଠାରେ ଫୋପାଡ଼ି ଦିଆଯାଇଥାଇପାରେ ବୋଲି କହିଛନ୍ତି ଚନ୍ଦ୍ରିକାଙ୍କ ଭାଇ । ଅନ୍ୟପଟେ ଚନ୍ଦ୍ରିକଙ୍କ ପୁରୁଷ ବନ୍ଧୁଙ୍କ ବାପା ପୋଲିସ ବିଭାଗରେ ଚାକିରୀ କରିଥିବାରୁ ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

 

Tags: