ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ , ଉଦଳା ରେ ବାରଙ୍ଗ ପୋଲିସ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ  , ଉଦଳା ରେ ବାରଙ୍ଗ ପୋଲିସ
Samaya Live News Picture
Published On

ଭୁବନେଶ୍ୱର : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ବାରଙ୍ଗ ପୋଲିସ ହାତରେ ଧରାପଡ଼ିଛନ୍ତି ଓଏଏସ ପ୍ରେମିକ ଭୀମସେନ ଟୁଡୁ। ମାମଲାରେ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ଚନ୍ଦ୍ରିକାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଉଦଳାରେ ପହଞ୍ଚିଛନ୍ତି ବାରଙ୍ଗ ଥାନାର ଏକ ଟିମ୍ । ଏହି ଟିମ୍‌ରେ ଜଣେ ସବଇନ୍ସପେକ୍ଟରଙ୍କ ସହିତ ୪ ଜଣ ରହିଛନ୍ତି । ବାପା, ମା, ଭାଇ ଏବଂ ମାମୁଁ ଝିଅକୁ ପଚରା ଉଚରା କରିବେ ଟିମ୍। ପୁରୁଷ ବନ୍ଧୁ ଓ ଚନ୍ଦ୍ରିକାଙ୍କ ସମ୍ପର୍କ ଏବଂ ନୂଆ ବାନ୍ଧବୀଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ଼ କରିବ ପୁଲିସ।

ଚନ୍ଦିକାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ସ୍କୁଲ୍ ଜୀବନରୁ ଚନ୍ଦ୍ରିକା ଏବଂ ଭୀମସେନଙ୍କ ପ୍ରେମ ସମ୍ପର୍କ ଏବଂ ପରବର୍ତ୍ତୀ ଅବସ୍ଥାରେ ତୃତୀୟ ପକ୍ଷଙ୍କ ପ୍ରବେଶକୁ ନେଇ ଖୋଳତାଡ଼ କରିବ ପୋଲିସ । ସେହିପରି ଏତଲା ପରେ ଚନ୍ଦ୍ରିକାଙ୍କ ଗ୍ରାମବାସୀ ଓ ଅନ୍ୟ ସମ୍ପର୍କୀୟମାନେ ଚନ୍ଦ୍ରିକା-ଭୀମ୍‌ସେନ୍‌ଙ୍କ ସମ୍ପର୍କରେ ହୋଇଥିବା ଫାଟ ବିଷୟରେ ଗଣମାଧ୍ୟରେ ବହୁ କଥା କହିଥିଲେ । ସେଗୁଡ଼ିକର ସତ୍ୟତା ମଧ୍ୟ ପୁଲିସ ଯାଞ୍ଚ୍ କରିବ ।

Tags: