ଗୋଷ୍ଠୀ ବିବାଦ ସମାଧାନ କରିବାକୁ ଯାଇ ମଧ୍ୟସ୍ଥଙ୍କ ମୃତ୍ୟୁ

ଗୋଷ୍ଠୀ ବିବାଦ ସମାଧାନ କରିବାକୁ ଯାଇ ମଧ୍ୟସ୍ଥଙ୍କ ମୃତ୍ୟୁ
Samaya Live News Picture
Published On

କେନ୍ଦ୍ରାପଡା : ମଧ୍ୟସ୍ଥି ସାଜିବା ହେଲା କାଳ। ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦର ସମାଧାନ କରିବାକୁ ଯାଇ ଛୁରାମାଡ଼ରେ ମଧ୍ୟସ୍ଥିଙ୍କ ମୃତ୍ୟୁ । କେନ୍ଦ୍ରାପଡା ରାଜନଗର ଥାନା ଅନ୍ତର୍ଗତ ନିଶାଣୀପଲ୍ଲୀ ଗାଁରେ ଘଟିଛି ଏହି ଅଘଟଣ । ମୃତ ଯୁବକ ହେଲେ ପଟ୍ଟାମୁଣ୍ଡାଇ ବ୍ଲକ୍ କଜଳବନ୍ଧ ଗାଁର କୈଳାସ ମଲ୍ଲିକ l

ସୂଚନାନୁସାରେ , ଗତ ସନ୍ଧ୍ୟାରେ ଏକ ପୁରୁଣା ବିବାଦର ସମାଧାନ ପାଇଁ କଜଳବନ୍ଧ ଗାଁର ସିଲୁଆ ମଲ୍ଲିକ ବୋଲି ଜଣେ ଯୁବକ କୈଳାସଙ୍କୁ ନିଶାଣୀପଲ୍ଲୀ ଗାଁକୁ ଡାକି ନେଇଥିଲେ l ସେଠାରେ ପହଁଞ୍ଚିବା ପରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଓ ପରେ ମାଡପିଟ ହୋଇଥିଲା l ଅନ୍ଧାରର ସୁଯୋଗ ନେଇ ଅପର ପକ୍ଷର କେହିଜଣେ ଏକ ଧାରୁଆ ଅସ୍ତ୍ରରେ କୈଳାସଙ୍କ ପେଟରେ ଛୁରୀ ଭୁସି ଦେଇଥିଲେ, ରକ୍ତ ଜୁଡୁବୁଡୁ ସହ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିରହିଥିଲେ କୈଳାଶ ।

ବାଟରେ ଯାଉଥିବା ଦୁଇଜଣ ଯୁବକ ଏହା ଦେଖି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । କୈଳାଶଙ୍କ ଗୁରୁତର ଅଵସ୍ଥା ଦେଖି ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ରେ କେନ୍ଦ୍ରାପଡ଼ା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୂର୍ବ ଶତ୍ରୁତାରୁ ଆକ୍ରମଣ କରି ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛନ୍ତି ପରିବାର । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଚଳାଇଛି l

Tags: