ଗୁଳିମାଡରେ ମାଂସ ବ୍ୟବସାୟୀ ମୃତ
ସମ୍ବଲପୁର : ଆଜି ସକାଳୁ ସକାଳୁ ଅଘଟଣ । ବୁର୍ଲା ସହର ସ୍ଥିତ କାର୍ବା ଛକରେ ଗୁଳିମାଡ଼ ଘଟି ମାଂସ ବ୍ୟବସାୟୀ ମୃତ । ମୃତକ ହେଲେ ଅନିଶ କୁରେଶି(୪୦)। ତାଙ୍କୁ ୩ ରାଉଣ୍ଡ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଗୁଳି ମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ ଅନିଶଙ୍କ ନିକଟରେ ଝାରସୁଗୁଡ଼ା ଅଞ୍ଚଳର ରାଜା ନାମକ ଯୁବକ କାମ କରୁଥିଲା । ଆଜି କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ରାଜା ଅତି ନିକଟରୁ ଅନିଶଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲା ବୋଲି ଜଣା ପଡିଛି । ଏହି ଘଟଣାରେ ରାଜାକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ବୁର୍ଲା ପୋଲିସ ।
Tags:




