ସୌମ୍ୟରଞ୍ଜନ ହତ୍ୟା ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଗିରଫ

ଗିରଫଦାରୀ ସଂଖ୍ୟା ୧୬କୁ ବୃଦ୍ଧି

ସୌମ୍ୟରଞ୍ଜନ ହତ୍ୟା ମାମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ବର୍ବରଚିତ ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା । ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡ ପରଠାରୁ ସେ କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଠାରେ ଆତ୍ମଗୋପନ କରିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରୁ ତାକୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । ବିନୋଦ ବେହେରାର ଘର ଭୁବନେଶ୍ୱର ସତ୍ୟନଗରରେ ହୋଇଥିବାବେଳେ ଘଟଣା ଦିନ ସେ କଣ ପାଇଁ ବାଲିଅନ୍ତା ଯାଇଥିଲା ସେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ବିନୋଦକୁ ଗିରଫ ପରେ ଗିରଫଦାରୀ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ପୂର୍ବରୁ ହତ୍ୟାକାଣ୍ଡରେ ସମ୍ପୃକ୍ତି ମାମଲାରେ ୧୫ଜଣଙ୍କୁ ଗିରଫ କରାଯାଇଛି । ତେବେ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ସୂଚନା ପାଇଛି କ୍ରଇମବ୍ରାଞ୍ଚ ।

ସୂଚନାନୁସାରେ, ମେ ୭ ତାରିଖରେ ବାଲିଅନ୍ତାରେ ଜିଆରପି କନେଷ୍ଟବଳ ସୌମ୍ୟ ସାହୁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏହାପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ । କିନ୍ତୁ ମାମଲା ସଙ୍ଗୀନ ଥିବାରୁ କ୍ରାଇମବ୍ରାଞ୍ଚ ଏହି କେସ୍‌ ହସ୍ତାନ୍ତର କରାଯାଇଥିଲା । ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଧୀରେ ଧୀରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ଟେର୍‌ ପାଉନଥିଲା ପୋଲିସ । ଶେଷରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ କେନ୍ଦ୍ରାପଡ଼ା ଇନ୍ଦୁପୁରରେ ଲୁଚି ଥିବାର ଗୁଇନ୍ଦା ଖବର ପାଇଥିଲା ପୋଲିସ । ପରେ ପୋଲିସ ପୂର୍ବ ପ୍ଲାନ ମୁତାବକ କେନ୍ଦ୍ରାପଡ଼ା ଯାଇ ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କ ଘର ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତକୁ ଭୁବନେଶ୍ୱର ଅଣାଯାଉଛି । 

ଏହି ଘଟଣାରେ ଏଡିଜିପି ଦୟାଲ ଗଙ୍ଗୱାରଙ୍କ ନାଁ ରେ ସଂଗୀନ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ମା' । ସେ ସୌମ୍ୟଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା କଥା କ୍ରାଇମବ୍ରାଞ୍ଚକୁ କହିଥିଲେ । ତାଙ୍କ ମା'ଙ୍କ ଅଭିଯୋଗ ଆଧାରରେ ରେଲଓ୍ୱ ବିଭାଗରେ କାର୍ଯ୍ୟଭାର ସମ୍ଭାଳୁଥିବା ଦୟାଲ ଗଙ୍ଗଓ୍ୱାରଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି । 

Tags: