ବିମାନ ବନ୍ଦରରୁ ୮ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ବିପୁଳ ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ। ବିମାନଯାତ୍ରୀ ଜରିଆରେ ନିଶା ଚାଲାଣ ବେଳେ ଧରାପଡ଼ିଲା ୮ କୋଟି ଟଙ୍କା ମୂଲ୍ୟର ମାରିଜୁଆନା । ଜଣେ ଯାତ୍ରୀ ବ୍ୟାଙ୍କକ ରୁ ଆଠ କେଜି ମାରିଜୁଆନା ଧରି ଭୁବନେଶ୍ୱର ଆସୁଥିବାବେଳେ ବିମାନବନ୍ଦରରୁ ଜବତ କଲା DRI । ଏକ ଟ୍ରଲି ବ୍ୟାଗରେ ସିକ୍ରଟ ଚାମ୍ବର କରି ଚାଲାଣ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ଧରାପଡିଲେ ଯାତ୍ରୀ । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି DRI । ସେହିପରି ଗତ ମଙ୍ଗଳବାର ଦିନ ମଧ୍ୟ ବ୍ୟାଙ୍କକରୁ ଆସୁଥିବା ବିମାନରେ ଜଣେ ଯାତ୍ରୀଙ୍କ ନିକଟରୁ ୩ କୋଟି ୯୨ଲକ୍ଷ ଟଙ୍କାର ମାରିଜୁଆନା ଜବତ କରିଥିଲା DRI ।
Tags:




