୪ କୋଟି ଟଙ୍କାର ମାରିଜୁଆନା ଜବତ

୪ କୋଟି ଟଙ୍କାର ମାରିଜୁଆନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ଯାତ୍ରୀଙ୍କ ବ୍ୟାଗରୁ ପୁଣି ମିଳିଲା ବିପୁଳ ପରିମାଣର ଦାମୀ ନିଶା ମାରିଜୁଆନା । ଆଜି ସକାଳୁ ପାଖାପାଖି ୪ କୋଟି ଟଙ୍କାର ଏହି ଦାମୀ ନିଶାକୁ ଜବତ କରିଛି କଷ୍ଟମସ ଓ ଡିଆର ଆଇ ବିଭାଗ । ଟ୍ରାଭେଲ ବ୍ୟାଗରେ କପଡ଼ା ଭିତରେ ଗୁଡ଼ାଇ ଲୁଚାଇ ନେବା ବେଳେ ୪ କେଜିର ଏହି ଦାମୀ ନିଶା ଠାବ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୪ କୋଟି ଟଙ୍କାର ହେବ । 
ନୂଆବର୍ଷକୁ ଦୃଷ୍ଟିରେ ରଖି ଏହି ନିଶା ଚାଲାଣ ହେଉଥିବା ସନ୍ଦେହ । ଏହି ଘଟଣାରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବିମାନର ଜଣେ ଯାତ୍ରୀଙ୍କୁ ଅଟକ ରଖାଯାଇଛି । ଘଟଣାର ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ବର୍ତ୍ତମାନ ଖୋଳତାଡ଼ ଜାରି ରଖିଛି ପୋଲିସ ।

ସମ୍ବନ୍ଧିତ ଖବର ଟ୍ୱିନ ସିଟିରେ ଲାଗିଲା କଟକଣା

Tags: