ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ , ୨ ଗିରଫ

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ , ୨ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ଗଞ୍ଜେଇ ଚାଲାଣରେ ନୂଆ ତରିକା । ଆମ୍ବୁଲାନ୍ସ ଭିତରେ ରୋଗୀ ପରିବର୍ତ୍ତେ ହେଉଥିଲା ଗଞ୍ଜେଇ ଚାଲାଣ । ଆମ୍ବୁଲାନ୍ସ ସିକ୍ରେଟ ଚାମ୍ବର ଭିତରେ ୫୦ କେଜି ଗଞ୍ଜେଇ ଚାଲାଣ ବେଳେ ୨ଜଣଙ୍କୁ ଗିରଫ କରିଛି ପୋଲିସ । କଟକରୁ ଭୁବନେଶ୍ବର ଗଞ୍ଜେଇ ଚାଲାଣ ହେଉଥିବାବେଳେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଛକରେ ଚେକିଂ ବେଳେ ଆମ୍ବୁଲାନ୍ସ ସହ ୨ଅଭିଯୁକ୍ତ ଧରାପଡ଼ିଛନ୍ତି । ଏଥିରେ ଅନ୍ୟ ୨ଜଣ ମଧ୍ୟ ସମ୍ପୃକ୍ତ ଥିଲେ । ସମସ୍ତ ୪ଜଣଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ୪ ଜଣଙ୍କ କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ ଚାଲିଛି । 

ସୂଚନାନୁସାରେ, ଗତ ବିଳମ୍ବିତ ରାତ୍ରିରେ ଆମ୍ବୁଲାନ୍ସର ଏମର୍ଜେନ୍ସି ସାଇରନ ଦେଇ ଆମ୍ବୁଲାନ୍ସଟି ମାଡି ଚାଲିଥିବାବେଳେ ସକାଳୁ ସକାଳୁ ପୋଲିସ ନାକା ଚେକ୍ ବେଳେ କଳିଙ୍ଗ ଷ୍ଟାଡିୟମ ଛକ ରେ ଚେକିଂ କରି ଆମ୍ବୁଲାନ୍ସକୁ ଅଟକାଇଥିଲେ । ଆମ୍ବୁଲାନ୍ସ ଭିତରେ ତନଖି ବେଳେ ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ ମିଳିଥିଲା । ୨ ଅଭିଯୁକ୍ତଙ୍କୁ ଗିରଫ ପରେ ଅଧିକ ତଦନ୍ତ କରୁଛି କମିଶନରେଟ ପୋଲିସ । ଆମ୍ବୁଲାନ୍ସଟି ୨ମାସ ପୂର୍ବରୁ ରୋଗୀସେବାରେ ନିୟୋଜିତ ହୋଇଥିବା ସୂଚନା ମିଳିଛି ।

 

Tags: