୨୦୦ କୋଟି ମୂଲ୍ୟର ଗଞ୍ଜେଇ ତେଲ ଜବତ

୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ

୨୦୦ କୋଟି ମୂଲ୍ୟର ଗଞ୍ଜେଇ ତେଲ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସକୁ ବଡ଼ ସଫଳତା। ୨୦୦ କୋଟି ମୂଲ୍ୟର ୧୮୦୦ ଲିଟର ଗଞ୍ଜେଇ ତେଲ (ହାସିସ)ଜବତ କରିଛି ପୋଲିସ । କୋରାପୁଟ ଜିଲ୍ଲାରେ ଗଞ୍ଜେଇ ବଦଳରେ ଗଞ୍ଜେଇ ତେଲ ଚାଲାଣ କରିବାର ନୂଆ ଯୋଜନାକୁ ପଣ୍ଡ କରିଛି ପୋଲିସ। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଲାପୁଟ ଜଳଭଣ୍ଡାର ନିକଟରୁ ଗଞ୍ଜେଇ ତେଲ ପ୍ରସ୍ତୁତ ଅସ୍ଥାୟୀ ପ୍ରୋସେସିଂ ୟୁନିଟ୍ ଠାବ କରି ଧ୍ବଂସ କରିଛି କୋରାପୁଟ ପୋଲିସ । 

ସମ୍ବନ୍ଧିତ ଖବର କଲ୍ୟାଣକାରୀ ଓ ଦୂରଦର୍ଶୀ ବଜେଟ - ଧର୍ମେନ୍ଦ୍ର ପ୍ରଧାନ

ସେହିଭଳି କୋରାପୁଟ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ନନ୍ଦପୁର ପୋଲିସ ଦୁଇଟି ପିକଅପ ଗାଡି ସହ ହଜାରେ କିଲୋ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗଞ୍ଜେଇ ଚୋରା ଚଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ନନ୍ଦପୁର ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ସୁମିତ୍ରା ଜେନା । ଜଲାପୁଟ ଜଳଭଣ୍ଡାରର ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ ଜାରି ରହିଛି ବୋଲି କୋରାପୁଟ ଏସ୍ପି ରୋହିତ ବର୍ମା ମଧ୍ୟ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର କ୍ରିକେଟ ବ୍ୟାଟିଂ: ୩୦ ଲକ୍ଷ ଜବତ,୬ ଗିରଫ

ସେପଟେ,ଦେବଗଡ଼ ଜିଲ୍ଲାରେ ବେଆଇନ ଅଫିମ ଚାଷ ଠାବ । ପ୍ରାୟ ୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ । ରିଆମାଳ ଥାନା କାଦୋପଡ଼ା ଗାଁରେ ପ୍ରାୟ ୨ ଏକର ସରକାରୀ ଜମିରେ ବେଆଇନ ଅଫିମ ଚାଷ ହୋଇଥିଲା । ତେବେ ଜଙ୍ଗଲ ଭିତରେ ଚାଷ କିଏ କରିଥିଲା, ସେ ନେଇ ତଦନ୍ତ କରାଯାଉଛି ।

ସମ୍ବନ୍ଧିତ ଖବର ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

Tags: