ପାଣି ବୋତଲ ଭିତରେ ଗଞ୍ଜେଇ ଚାଲାଣ
By: Samaya Live News
ଯାଜପୁର : ଗଞ୍ଜେଇ ଚାଲାଣ ର ନୂଆ ଫଣ୍ଡା I ଯାଜପୁର ଅବକାରୀ ବିଭାଗକୁ ବଡ ସଫଳତା । ପାଣି ବୋତଲ ଯାଉଥିବା ଗାଡ଼ିରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛି ଯାଜପୁର ଅବକାରୀ ବିଭାଗ I ଉପରେ ପାଣି ବୋତଲ ରଖି ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ । ପିକଅପ୍ ଗାଡ଼ି ସହ ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲା ଆନନ୍ଦ ଭୋଇ ଓ ଅନୁଗୁଳ ଜିଲ୍ଲାର ଅନୀଲ ବେହେରା । ଏମାନେ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଯାଜପୁରର ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିଲେ ।
ସମ୍ବନ୍ଧିତ ଖବର ମୋକିମଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେଲେ ଝିଅ ସୋଫିଆ
Tags:



