ମାଓନେତା ଶୁକ୍ରୁ ଘେରାବନ୍ଦୀ
ଭୁବନେଶ୍ୱର : ଡିଜିପି ଓ୍ବାଇ.ବି ଖୁରାନିଆଙ୍କ ବଡ଼ ସୂଚନା । ଆସନ୍ତା ୩୧ ତାରିଖ ସୁଦ୍ଧା ରାଜ୍ୟରୁ ମାଓବାଦୀ ନିପାତ ଲକ୍ଷ୍ୟରେ ଶେଷ ଲଢ଼େଇ ଜାରି ରହିଛି । ଶୁକ୍ରୁ ନିପାତରୁ ଶେଷ ହେବ ମାଓ ଅପରେସନ ।
ସାଥି ମାଓବାଦୀ ଅନ୍ବେଷକୁ ହତ୍ୟା କରି ମାଟିତଳେ ପୋତିଥିଲା ଶୁକ୍ରୁ I ସେହିଦିନ ଠାରୁ ପୋଲିସକୁ ଚକମା ଦେଇ ଫେରାର ରହିଥିଲା । ତେବେ ଆଜି ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ସୁରକ୍ଷାକର୍ମୀ ଟପ୍ କ୍ୟାଡର ମାଓବାଦୀ ନେତା ଶୁକ୍ରୁଙ୍କୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ଫଳରେ ମାଓବାଦୀ ନେତା ଶୁକ୍ରୁ ସଙ୍କଟରେ ପଡିଛି । କୌଣସି ପରିସ୍ଥିତିରେ ସୁରକ୍ଷାକର୍ମୀ ମାଓବାଦୀ ନିପାତ ଅପରେଶନ କରିପାରନ୍ତି ବୋଲି ସୂଚନା ମିଳିଛି।
Tags:



