ଆତ୍ମ ସମର୍ପଣ କଲା ମାଓବାଦୀ ଶୁକୃ
ମାଲକାନଗିରି : କିଛିଦିନ ଧରି ବେଶ ଲୁଚକାଳି ଖେଳ ପରେ ଆତ୍ମ ସମର୍ପଣ କଲା ମାଓବାଦୀ ଶୁକୃ । ମୋଷ୍ଟ ୱାଣ୍ଟେଡ ମାଓ ନେତା ଶୁକ୍ରୁ ମୁଣ୍ଡ ଉପରେ ଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ରାଜ୍ୟ କମିଟିର ସଦସ୍ୟ ଥିଲା ଶୁକ୍ରୁ । ଏନେଇ ସୂଚନା ଦେଇଛନ୍ତି ଆଣ୍ଟି ନକ୍ସଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡା । ଶୁକ୍ରୁ ସହ ଆଉ ୫ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି । ଏହାସହ ସିଂଗିଲ ଡିଜିଟ କୁ ମାଓବାଦୀଙ୍କ ସଂଖ୍ୟା କମିଛି ବୋଲି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ଅପରେସନ ପାଇଁ ଡେଡ଼ ଲାଇନ ଥିବାବେଳେ କନ୍ଧମାଳ - ଗଂଜାମ- ଗଜପତି ସୀମାରେ କୁମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି। ନକ୍ସଲ ବାହିନୀର ଶେଷ ଦୁର୍ଗ ପତନ ପାଇଁ ଲକ୍ଷ୍ୟ ରଖିଛି ଓଡ଼ିଶା ପୋଲିସ ।
ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶାକୁ ନକ୍ସଲମୁକ୍ତ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ୱାଇବି ଖୁରାନିଆ । ସୁରକ୍ଷା ଏଜେନ୍ସି ସୂଚନା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ମାଓ ସଙ୍ଗଠନର ଦୁର୍ବଳ ସ୍ଥିତି ଏବଂ ସରକାରଙ୍କ ପୁନର୍ବାସ ନୀତି ଯୋଗୁଁ ସେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପୁନର୍ବାସ ସୁବିଧା ଯୋଗାଇ ଦିଆଯିବ ।



