ମାଓବାଦୀ ପ୍ରଭୁ ର ଆତ୍ମସମର୍ପଣ

ଆତ୍ମସମର୍ପଣ ପାଇଁ ସରକାରଙ୍କୁ ଚିଠି ଲେଖିଲେ ଦୁଇ ମାଓନେତା ନିଖିଳ ଓ ଇନ୍ଦୁ ଛନ୍ତି

ମାଓବାଦୀ ପ୍ରଭୁ ର ଆତ୍ମସମର୍ପଣ

ରାଉରକେଲା : ଦେଶକୁ ମାଓ ମୁକ୍ତ କରିବା ପାଇଁ ମାର୍ଚ୍ଚ ୩୧ ରହିଛି ଡେଡଲାଇନ୍‌ । ଏହାଭିତରେ ମାଓ ସଂଗଠନ ଛାଡୁଛନ୍ତି ଅନେକ ଟପ୍ କ୍ୟାଡର । ଆତ୍ମସମର୍ପଣ କରିଛି କୁଖ୍ୟାତ ମାଓବାଦୀ 'ପ୍ରଭୁ' । ରାଉରକେଲା ପୋଲିସ ନିକଟରେ ପ୍ରଭୁ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ସେ ଝାଡ଼ଖଣ୍ଡ ଛୋଟନାଗରା ଅଂଚଳର I ପୂର୍ବରୁ CPI  ଏବଂ ଗରିଲା କ୍ୟାମ୍ପ ର ସଦସ୍ୟ ଥିଲା ମାଓବାଦୀ ପ୍ରଭୁ ।

ସମ୍ବନ୍ଧିତ ଖବର ୧୨ ତାରିଖରୁ ୬ଟି ସ୍ଥାନରେ ବନ୍ଦ ହେବ ଇକୋରିଟ୍ରିଟ୍‌

ସେପଟେ,ଆଜି ଆତ୍ମସମର୍ପଣ ପାଇଁ ସରକାରଙ୍କୁ ଚିଠି ଲେଖିଛନ୍ତି ଅନ୍ୟ ଦୁଇ ମାଓନେତା ନିଖିଳ ଓ ଇନ୍ଦୁ ।  ଓଡିଶା ସରକାର ଓ ଗୃହ ବିଭାଗକୁ ଚାରିଟି ସର୍ତ୍ତ ରଖି ଟପ ମାଓ ନେତା ନିଖିଲ ଓ ଇନ୍ଦୁ ଆତ୍ମସମର୍ପଣ କରିବେ ବୋଲି ଖୋଲା ଚିଠି ଜାରି କରିଛନ୍ତି । ସର୍ତ୍ତ ପୂରଣ କଲେ ଓଡିଶା ପୁଲିସ ପାଖରେ ଆମେ ଆତ୍ମସମର୍ପଣ କରିବୁ ବୋଲି ଲିଖିତ ମାଓବାଦୀ ପତ୍ର ଗଣମାଧ୍ୟମର ହସ୍ତଗତ ହୋଇଛି।

ସମ୍ବନ୍ଧିତ ଖବର ଲାଗୁହେବ ନୂଆ ଅବକାରୀ ଆଇନ - ମନ୍ତ୍ରୀ

ସିପିଆଇ (ମାଓବାଦୀ) ରାଜ୍ୟ କମିଟି ପକ୍ଷରୁ ଜାରି ଖୋଲା ଚିଠିରେ ଏମାନଙ୍କ ନାଁ ନିଖିଲ ଓରଫ୍ ନିରଞ୍ଜନ ରାଉତ ଏବଂ ଇନ୍ଦୁ ଓରଫ୍ ଅଙ୍କିତା, ରଶ୍ମିତା ଲେଙ୍କା ବୋଲି ଉଲ୍ଲେଖ ରହିଛି। ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତିକ ପଦ୍ଧତିରେ କାର୍ଯ୍ୟ କରିବା ପାଇଁ ଗଣମାଧ୍ୟମ ଜରିଆରେ ଓଡିଶା ସରକାର ଓ ଗୃହ ବିଭାଗ ଉଦ୍ଦେଶ୍ୟରେ ଖୋଲା ଚିଠି ଜାରି କରିଛନ୍ତି ଦୁଇ ଟପ ମାଓବାଦୀ ନେତା।

ସମ୍ବନ୍ଧିତ ଖବର ନକଲି ଡାକ୍ତର ଗିରଫ

Tags: