ଆତ୍ମସମର୍ପଣ ପରେ ମାଓ ନେତା ଶୁକ୍ରୁ କୁ ସ୍ୱାଗତ
କନ୍ଧମାଳ ଜିଲ୍ଲାରେ ମାତ୍ର ଆଉ ୮ରୁ ୯ ଜଣ ନକ୍ସଲ ରହିଛନ୍ତି
ଫୁଲବାଣୀ: ଫୁଲବାଣୀ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ମାଓ ନେତା ଶୁକ୍ରୁ । ଆତ୍ମସମର୍ପଣ ପରେ ଆଜି ଶୁକ୍ରୁ ସହ ଆତ୍ମସମର୍ପଣ କରିଥିବା ଅନ୍ୟ ୪ ମାଓବାଦୀଙ୍କୁ ଫୁଲ ଏବଂ ଉତ୍ତରୀୟ ଦେଇ ସ୍ବାଗତ କରାଯାଇଛି । ଆଣ୍ଟି ନକ୍ସଲ ଅପରେସନ ଏଡିଜି ସଞ୍ଜୀବ ପଣ୍ଡା ଏବଂ ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ସଂଜୀବ ପଣ୍ଡା କହିଛନ୍ତି ନକ୍ସଲ ବିରୋଧୀ ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ସାରିଛି । ଡେଡ୍ଲାଇନ ପାଖେଇ ଆସୁଥିବାରୁ ଅପରେସନ୍କୁ ତ୍ବରାନ୍ବିତ କରିବୁ। ନକ୍ସଲ ବିରୋଧୀ ଲଢ଼େଇରେ ୨୩୯ ପୁଲିସ୍ ସହିଦ ହୋଇଛନ୍ତି । ଏମାନଙ୍କର ବଳିଦାନ ପାଇଁ ଆଜି ଆମେ ଏଠାରେ ପହଞ୍ଚି ସାରିଛୁ। କନ୍ଧମାଳ ଜିଲ୍ଲାରେ ମାତ୍ର ଆଉ ୮ରୁ ୯ ଜଣ ନକ୍ସଲ ରହି ଯାଇଛନ୍ତି । ଯେଉଁମାନେ ରହି ଯାଇଛନ୍ତି ଆସନ୍ତା ୩୧ ପୂର୍ବରୁ ଆତ୍ମସମର୍ପଣ କରନ୍ତୁ। ସେମାନଙ୍କୁ ସରକାରଙ୍କ ଘୋଷଣା ଅନୁସାରେ ସୁବିଧା ସୁଯୋଗ ମିଳିବ। ସେମାନଙ୍କ କାର୍ଯ୍ୟକଳାପ କେବଳ କନ୍ଧମାଳର କିଛି ସ୍ଥାନରେ ସୀମିତ ରହିଛି ବୋଲି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ଗତକାଲି ମାଓ ସଂଗଠନର ମୋଷ୍ଟ ୱାଣ୍ଟେଡ ଶୁକ୍ରୁ ସମେତ ୫ଜଣ ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିଲେ। ଶୁକ୍ରୁଙ୍କ ମୁଣ୍ଡ ଉପରେ ରହିଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଆତ୍ମସମର୍ପଣ ମଧ୍ୟରେ ୨ ଜଣ ପୁରୁଷ ରହିଥିବା ବେଳେ ୩ ଜଣ ମହିଳା ମାଓବାଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ଓଡ଼ିଶାର ଓ ତିନିଜଣ ଛତିଶଗଡ଼ର ବୋଲି ସୂଚନା ମିଳିଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ମଧ୍ୟ ପୁଲିସକୁ ପ୍ରଦାନ କରିଛନ୍ତି।



