ମାନସ ହତ୍ୟା ମାମଲାର ସତ ଓଗାଳୁଛି ଶର୍ମିଷ୍ଠା
ଭୁବନେଶ୍ୱର: ଅପ୍ରେଲ ୦୨: ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ପ୍ରକୃତ ସତ୍ୟ ଓଗାଳୁଛି କ୍ରାଇମବ୍ରାଞ୍ଚ୍ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠୁ ବି ପ୍ରକତ ତଥ୍ୟ ବାହାର କରିବାପାଇଁ ପୁରାଯୋର ଚେଷ୍ଟା ଚାଲିଛି । ୫ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ଗିରଫ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରାଜଙ୍କଠୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା […]
ଭୁବନେଶ୍ୱର: ଅପ୍ରେଲ ୦୨: ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ପ୍ରକୃତ ସତ୍ୟ ଓଗାଳୁଛି କ୍ରାଇମବ୍ରାଞ୍ଚ୍ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠୁ ବି ପ୍ରକତ ତଥ୍ୟ ବାହାର କରିବାପାଇଁ ପୁରାଯୋର ଚେଷ୍ଟା ଚାଲିଛି । ୫ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ଗିରଫ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରାଜଙ୍କଠୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା ହେଉଛି। ପ୍ରକୃତରେ କେଉଁ କାରଣ ପାଇଁ ମାନସଙ୍କୁ ହତ୍ୟା କରାଗଲା ? ସେ ସମ୍ପର୍କରେ ତଦନ୍ତ ଚାଲିଛି। ତେବେ ହତ୍ୟାର ପ୍ରମୁଖ କାରଣ ଏବେ ଯାଏ ତଦନ୍ତକାରୀ ସଂସ୍ଥା ହାତରେ ଲାଗିନି। ସେହିପରି ମେମୋରି ଚିପ୍ ପ୍ରସଙ୍ଗରେ କିନ୍ତୁ ଏବେ ଯାଏ ସ୍ପଷ୍ଟ କରୁନି କ୍ରାଇମବ୍ରାଞ୍ଚ। ଗତକାଲି ପ୍ରଥମେ ଚାନ୍ଦବାଲି, ଭୁବନେଶ୍ୱର ଦୟାଲ ଆଶ୍ରମ ଏହାପରେ ନୟାଗଡ଼ ରଣପୁରକୁ ଶର୍ମିଷ୍ଠାଙ୍କୁ ନିଆଯାଇଥିଲା। ଦୟାଲ ଆଶ୍ରମରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଶର୍ମିଷ୍ଠା କାନ୍ଦି କାନ୍ଦି ବଖାଣିଥିଲେ ଅପରାଧ ଆଉ ଷଡ଼ଯନ୍ତ୍ରର କାହାଣୀ।




