ସୀମା ଟପିଲା ବର୍ବରତା,ସର୍ବ ସମ୍ମୁଖରେ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା

ଭେଲୋର : ସୋମବାର ରାତିରେ ତାମିଲନାଡୁର ଭେଲୋରର ବ୍ୟସ୍ତବହୁଳ ରାସ୍ତାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା I ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବିଚ ରାସ୍ତରେ ଏକାଧିକ ଥର ଛୁରୀରେ ହତ୍ୟା କରିଥିବା ଦେଖିବାକୁ ମିଳିଛି। ସର୍ବସମ୍ମୁଖରେ ଏହି ବିଭତ୍ସ କାଣ୍ଡ ଘଟିଥିଲେ ମଧ୍ୟ ଏଥିରେ କେହି ପ୍ରତିବାଦ କରି ନ ଥିବା ଦେଖା ଯାଇଥିଲା I ଛୁରୀ ମାଡ଼ ପରେ ବ୍ୟକ୍ତି ଜଣକ ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲା Iଏହି ଭୟଙ୍କର କାର୍ଯ୍ୟ […]

Samaya Live Picture
Published On

ଭେଲୋର : ସୋମବାର ରାତିରେ ତାମିଲନାଡୁର ଭେଲୋରର ବ୍ୟସ୍ତବହୁଳ ରାସ୍ତାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା I ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବିଚ ରାସ୍ତରେ ଏକାଧିକ ଥର ଛୁରୀରେ ହତ୍ୟା କରିଥିବା ଦେଖିବାକୁ ମିଳିଛି। ସର୍ବସମ୍ମୁଖରେ ଏହି ବିଭତ୍ସ କାଣ୍ଡ ଘଟିଥିଲେ ମଧ୍ୟ ଏଥିରେ କେହି ପ୍ରତିବାଦ କରି ନ ଥିବା ଦେଖା ଯାଇଥିଲା I ଛୁରୀ ମାଡ଼ ପରେ ବ୍ୟକ୍ତି ଜଣକ ସେହି ସ୍ଥାନରୁ ଫେରାର ହୋଇ ଯାଇଥିଲା Iଏହି ଭୟଙ୍କର କାର୍ଯ୍ୟ ନିକଟସ୍ଥ ସ୍ଥାପିତ ସିସିଟିଭିରେ କଏଦ ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହା ପରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନାନୁଯାୟୀ, ଛୁରୀ ମାଡ଼ରେ ଶିକାର ହୋଇଥିବା ମହିଳାଙ୍କ ନା ହେଉଛି ପୁନିଥା I ସେ ନିକଟସ୍ଥ ଏକ ଜୋତା କାରଖାନାରେ କାମ କରୁଥିଲେ। ସୋମବାର ବିଳମ୍ବିତ ରାତିରେ ନିଜ କାମରୁ ଫେରୁଥିବା ସମୟରେ ତାଙ୍କ ସ୍ୱାମୀ ଜୟଶଙ୍କର ରାସ୍ତାରେ ହିଁ ତାଙ୍କୁ ଛୁରୀରେ ପ୍ରାୟ ୭ ଥର ବାରମ୍ବାର ଆକ୍ରମଣ କରିଥିଲା। ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ମହିଳା ଜଣଙ୍କ ଏଥିରେ ସଫଳ ନହୋଇ ରାସ୍ତାରେ ହିଁ ପଡି ଯାଇଥିଲେ। ଏହାପରେ ଅଭିଯୁକ୍ତ ଜଣଙ୍କ ସେଠାରୁ ଫେରାର ହୋଇ ଯାଇଥିଲା। ଏହି ଘଟଣା ସମୟରେ ରାସ୍ତାରେ ଲୋକେ ଯାତାୟାତ କରୁଥିଲେ ମଧ୍ୟ କେହି ଅଟକାଇନଥିଲେ ବୋଲି ଜଣାପଡିଛି। ଏହାପରେ ମହିଳା ଜଣଙ୍କ କ୍ଷତାକ୍ତ ଅବସ୍ଥାରେ ପଡିଥିବା ସମୟରେ ଆଉ ଏକ ମହିଳା ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି। ମାତ୍ର ଏଭଳି କେଉଁ କାରଣରୁ ଘଟିଛି ତାହା ଜଣାପଡି ନାହିଁ।