ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ପ୍ରଦାନ
ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ପ୍ରଦାନ । ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ୍ ମଞ୍ଜୁର କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ । ୫୦ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ରାଜେନ୍ଦ୍ର ସାହୁ ହେଲେ ସାର୍ପ ସୂଟରଙ୍କ ବାଇକ୍ ଚୋରି କରିଥିଲେ । ରାଜେନ୍ଦ୍ର ସାହୁ ପୀତବାସ ପଣ୍ଡା ହତ୍ୟାକାଣ୍ଡର ପ୍ରଥମ ଜାମିନ ପାଇଥିବା ଅଭିଯୁକ୍ତ ।
ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ଜଣ ଅଭିଯୁକ୍ତ ରହିଛନ୍ତି । ସେଥି ମଧ୍ୟରୁ ରାଜେନ୍ଦ୍ର ଅନ୍ୟତମ । ଆଜିକୁ ୪ ମାସ ହେବା ସେ ମଧ୍ୟ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହି ଆସୁଛନ୍ତି ।
ସେପଟେ ଅନ୍ୟତମ ଅଭିଯୁକ୍ତ ଶୂନ୍ୟଚନ୍ଦ୍ର ଦାସଙ୍କ ଜାମିନ ଆବେଦନକୁ କୋର୍ଟ ରଦ୍ଦ କରି ଦେଇଛନ୍ତି । ଗତକାଲି ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବା ଆଇନଜୀବୀ ଚକ୍ରପାଣି ନାହାକ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକୁ ଏହି ମାମଲାରେ ଅଭିଯୁକ୍ତ ଥିବା ପୂର୍ବତନ ବିଧାୟକ ବିକ୍ରମ ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।



