ଚୋର ସନ୍ଦେହରେ ପିଟି ପିଟି ହତ୍ୟା
By: Samaya Live News
ଭଞ୍ଜନଗର : ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ସାରଦୋଳ ଗାଁରେ ଘଟିଛି ଏହି ଘଟଣା । ମୃତକ କନ୍ଧମାଳ ଜିଲ୍ଲା କୁରୁମୁଙ୍ଗିଆ ଗାଁର ବାନଧର ପ୍ରଧାନ l ଗତରାତିରେ ଅଭିଯୁକ୍ତ ଜଣଙ୍କ ସାରଦୋଳ ଗାଁରେ ଜଣଙ୍କ ଘରେ ପଶିଥିବା ବେଳେ ଅନ୍ୟ ଜଣେ ବାହାରେ ଅପେକ୍ଷା କରିଥିଲେ । ତେବେ ଶବ୍ଦ ହେବାରୁ ଘର ଲୋକ ଉଠି ଚିତ୍କାର କରିବାରୁ ପାଖ ଲୋକ ଉଠି ପଡି ଚୋରକୁ ଧରି ବାନ୍ଧି ଦେଇଥିଲେ । ଏହାପରେ ଲୋକଙ୍କ ନିସ୍ତୁକ ମାଡ଼ରେ ଗୁରୁତର ହୋଇ ପଡ଼ିଥିଲେ ଅଭିଯୁକ୍ତ । ଏହି ସମୟରେ ଅନ୍ୟ ଜଣେ ଚୋର ସେଠାରୁ ଖସି ପଳାଇଥିଲେ । ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଘଟଣାର ପୋଲିସ ଅଧିକ ତଦନ୍ତ ଗ୍ରାମରେ ଚଢ଼ାଉ କରିଥିଲା । ତେବେ ଗିରଫ ଭୟରେ ପୁରା ସାରଦୋଳ ଗାଁ ପୁରୁଷ ଶୂନ୍ୟ ହୋଇପଡିଥିବାବେଳେ ଶେଷରେ ୩୦ ଜଣଙ୍କୁ ଅଟକ ରଖିଛି ପୋଲିସ ।
ସମ୍ବନ୍ଧିତ ଖବର ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି
Tags:



