ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ

ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ

ପାରାଦୀପ : ଖୁଣ୍ଟିଆ ନିବାସ ଛାତତଳୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ । ଗତକାଲି ବିହାରୀ ଯୁବକଙ୍କର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଯୁବତୀଙ୍କ ପୁରୁଷ ବନ୍ଧୁ ସୋମନାଥ ଓଝାକୁ ଗିରଫ କରିଛି ପୁଲିସ୍ । ଆଜି ବିହାରୀ ଯୁବକ ଶୁଭମ୍ ସିଂ ଓ ପୁରୁଷ ବନ୍ଧୁ ସୋମନାଥ ଓଝାକୁ କୋର୍ଟ ଚାଲାଣ କରିପାରେ ପୁଲିସ୍ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାର ସମସ୍ତ ତଥ୍ୟ ରଖିବ ପାରାଦୀପ ଆଦର୍ଶ ଥାନା ପୁଲିସ୍ ।

ସମ୍ବନ୍ଧିତ ଖବର ୨୬ ତାରିଖରେ ଓଡିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ସୂଚନାନୁସାରେ,ଗତ ୨୪ ତାରିଖରେ ଜଗତସିଂହପୁ ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ଯୁବତୀ ମା' ଶାରଳାଙ୍କ ଦର୍ଶନ କରିବାକୁ ଯାଉଛି କହି ଘରୁ ବାହାରି ଆସିଥିଲେ । ସେଠାରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଝଗଡା ପରେ,ଯୁବତୀଙ୍କୁ ଛାଡି ପୁଋଷବନ୍ଧୁ ପଳାଇଥିଲେ । ଏହାପରେ ଯୁବତୀ ଅନ୍ୟ ଜଣଙ୍କୁ ଲିଫ୍ଟ ମାଗି ପାରାଦୀପ ତାରେଣୀଗଡ଼ାରେ ଥିବା ଖୁଣ୍ଟିଆ ନିବାସକୁ ଆସିଥିଲେ । ତେବେ ପରଦିନ ସକାଳେ ଯୁବତୀଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ ୪ ମହଲା ବିଶିଷ୍ଟ ଖୁଣ୍ଟିଆ ନିବାସ ତଳୁ ଉଦ୍ଧାର ହୋଇଥିଲା I 

ସମ୍ବନ୍ଧିତ ଖବର ୧୨ ଜିଲ୍ଲାରେ ଅଧିକ ବାଲ୍ୟ ବିବାହ

ଘଟଣାର ସୂଚନା ପାଇବା ପରେ ମୃତ ଯୁବତୀର ଭାଇ ତାଙ୍କ ଭଉଣୀକୁ ଅପହରଣ କରାଯାଇ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପାରାଦୀପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୁଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଯୁବକଙ୍କର ଡାକ୍ତରୀ ମାଇନା କରିଛି I କିନ୍ତୁ ମୃତ ଯୁବତୀ ଜଣଙ୍କ ସହ ଉକ୍ତ କୋଠାରେ କଣ ହେଲା, କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ଓ ତାଙ୍କ ଅଭିଯୁକ୍ତ ଯୁବକଙ୍କ ସହ ଅନ୍ୟ ଭଡାଟିଆ ଅଛନ୍ତି କି ନାହିଁ ତାହା ଉପରେ ଏବେ ସୁଦ୍ଧା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସ୍  ଉକ୍ତ ଚାରି ମହଲା କୋଠାର ସିସିଟିଭି ହାର୍ଡଡିସ୍କ ଜବତ କରିଥିବା ସହ ପାସୱାର୍ଡ ଖୋଲି କି ତଦନ୍ତ କରିଛି । ଏହି ଘଟଣାରେ ଶୁକ୍ରବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ଉପରୁ ସମ୍ପୂର୍ଣ୍ଣ ପରଦା ହଟିବ ବୋଲି ଜଗତସିଂହପୁର ଏସପି ଅଙ୍କିତ ବର୍ମା କହିଛନ୍ତି । 

ସମ୍ବନ୍ଧିତ ଖବର ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେଲା ସ୍କୁଲ ଛତ୍ରୀ ଗଣଦୁଷ୍କର୍ମ ମାମଲା

 

 

 

Tags: