ଦେଢ଼ କୋଟି ଠକେଇ ଅଭିଯୋଗରେ ପୁନେରୁ ଗିରଫ ହେଲା ମହାଠକ
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପଞ୍ଝାରେ ମହା ଠକ କାଳନ୍ଦୀ ରାଉତ । ଏସ୍ଆଇ ଚାକିରି କରାଇଦେବା ନାଁ ରେ ଠକିଥିଲା ଦେଢ଼କୋଟିରୁ ଉର୍ଦ୍ଧ୍ଵ ଟଙ୍କା । ପୁଣେରୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା EOW ।
୨୦୧୫- ୧୬ ମସିହାରେ ସବଇନ୍ସପେକ୍ଟର ଚାକିରୀ କରାଇ ଦେବା ନାଁରେ ୩୮ ଜଣଙ୍କ ଠାରୁ ପ୍ରାୟ ୧ କୋଟି ୪୭ ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିଲା । ୨୦୨୧ ମସିହାରୁ ଇଓଡବ୍ଲୁ ପାଇଁ ଥିଲା ମୋଷ୍ଟ ୱାଣ୍ଟେଡ ଥିଲା କାଳନ୍ଦୀ । ଭ୍ୟାକେନ୍ସି ଥିବା ଲିଷ୍ଟରେ ନାଁ ଯୋଡି ଦେବାକୁ କହି ଜଣଙ୍କ ଠାରୁ ୫ ଲକ୍ଷ ଲେଖାଏଁ ଠକିନେଇଥିଲା । ନିଜ ନାଁ ଗୋପନ ରଖି ପୁନେରେ ରହୁଥିଲା । ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଠକେଇ ଅର୍ଥରେ ମଉଜ କରୁଥିଲା କାଳନ୍ଦୀ I
ପୂର୍ବରୁ ଏହି ମାମଲରେ ନବରଙ୍ଗପୁରରୁ ବୈକୁଣ୍ଠନାଥ ନାଏକ, ଭୁବନେଶ୍ବରରୁ ଭୀମସେନ ମହାରଣା ଓ ବାଲେଶ୍ୱରରୁ ଜୟନ୍ତ ମହାନ୍ତିକୁ ଗିରଫ କରିଥିଲା ଇଓଡବ୍ଲୁ । ଏମାନେ ୨୦୨୧ ମସିହାରେ ନିଜକୁ ଗୃହ ବିଭାଗ ଅଧିକାରୀ ବୋଲି ପରିଚୟ ଦେଇଥିଲେ । କାଳନ୍ଦୀ ନିକଟରୁ ଲାପଟପ, ବେଆଇନ ସିମକାର୍ଡରେ ବ୍ୟବହୃତ ମୋବାଇଲ ଫୋନ ଓ ୭ ରୁ ଅଧିକ ବେନାମୀ ଏଟିଏମ୍ କାର୍ଡ ମିଳିଛି ।
ଅନ୍ୟପଟେ ସିବିଆଇ ହାତରେ ଆନ୍ତଃରାଜ୍ୟ ଲିଙ୍କ । ଆଉ ଜଣେ ମାଷ୍ଟରମାଇଣ୍ଡ ଅମିତ ଭାରତୀକୁ ବିହାରରୁ ଉଠାଇ ଆଣିଲା ସିବିଆଇ । ମେଡିକାଲ ଯାଞ୍ଚ ପରେ ଅମିତ ଭାରତୀକୁ ଚାଲିଛି ଜେରା । ମୋଡ୍ୟୁଲର ମାଷ୍ଟର ମାଇଣ୍ଡ ଅମିତକୁ ପଚରାଉଚରା କରୁଛନ୍ତି ସ୍ୱତନ୍ତ୍ର ସିବିଆଇ ଅଧିକାରୀ । ତାକୁ ରିମାଣ୍ଡରେ ନେବାକୁ ସ୍ଵତନ୍ତ୍ର ସିବିଆଇ କୋର୍ଟ ରେ ଆବେଦନ କରିଥିଲା ସିବିଆଇ । ପୂର୍ବରୁ ବିହାରରୁ ନୀତିଶ କୁମାରକୁ ସିବିଆଇ ଗିରଫ କରିବା ପରେ, ସ୍କାନରରେ ଥିଲା ଅମିତ ଭାରତୀ ।



