ସୌମ୍ୟ ହତ୍ୟା ମାମଲାରେ ଓମ୍ ପ୍ରକାଶ ହେଲା ଲାଇ ଡିଟେକ୍ସନ୍ ଟେଷ୍ଟ
ଭୁବନେଶ୍ୱର : ବାଲିଅନ୍ତା ସୌମ୍ୟଙ୍କୁ ପିଟି ପିଟି ହତ୍ୟା ମାମଲା । ସୌମ୍ୟଙ୍କ ସହଯୋଗୀ ତଥା ଅନ୍ୟତମ ଅଭିଯୁକ୍ତ ଓମ୍ ପ୍ରକାଶ ରାଉତଙ୍କର ଲାଇ ଡିଟେକ୍ସନ୍ (ମିଛଧରା) ପରୀକ୍ଷା କରାଯାଇଛି । ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବରେଟରୀ (SFS)ରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଇଥିବା ଏହି ପରୀକ୍ଷାକୁ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ କଡ଼ି ବୋଲି ଦେଖାଯାଉଛି । ଓମ୍ କୁ ୫୦ ଅଧିକ ପ୍ରଶ୍ନ ପଚାରି ଝାଳ ବୁହା ଜେରା କରିଥିଲେ ସ୍ଵତନ୍ତ୍ର ଟିମ୍ । ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଖୋଦ୍ ଓମ୍ ମଧ୍ୟ ନିଜର ସହମତି ପ୍ରକାଶ କରିଥିଲା ।
ସୌମ୍ୟ ମାମଲାରେ ସହଯୋଗୀ ଓମ୍ ଯେଉଁ ତଥ୍ୟ ଦେଉଛି ତାହାର ସତ୍ୟତା ଯାଞ୍ଚ କରିବା ପୂର୍ବରୁ ଡେଇଥିବା ବୟାନରେ ତାଳମେଳ ରହୁଛି ନା ନାହିଁ ? ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି କି ? ଏବଂ ଆଇପିଏସ୍ ଲିଙ୍କ୍ କଣ ରହିଛି ? ଏ ସବୁ ଲିଙ୍କ୍ ରେ ସତ୍ ମିଛ ପରୀକ୍ଷା କରାଯାଇଛି।
ଅନ୍ୟପଟେ, ସୌମ୍ୟ ହତ୍ୟା ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ସ୍କାଇଲାବ୍ ପତି, ବିସ୍ମୟ ମହାନ୍ତି ଏବଂ ପଞ୍ଚାନନ ବଡ଼ଜେନାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ, ଫେରାର ଅଭିଯୁକ୍ତଙ୍କ ଠିକଣା ଖୋଜିବା, ଏବଂ ଭାଇରାଲ୍ ଭିଡିଓ ଆଧାରରେ ଅନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଏହି ରିମାଣ୍ଡ ଗୁରୁତ୍ୱପୂର୍ଣ୍ଣ ବୋଲି ପୋଲିସ କହିଛି ।




