କୋରାପୁଟ ଜିଲ୍ଲା ନକ୍ସଲ ମୁକ୍ତ - ଡ଼ିଆଇଜି

କୋରାପୁଟ ଜିଲ୍ଲା ନକ୍ସଲ ମୁକ୍ତ - ଡ଼ିଆଇଜି

କୋରାପୁଟ : ମାଟିରେ ମିଶିଛି ଲାଲ ଗଡ଼ l ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ନକ୍ସଲ ମୁକ୍ତ l ଜିଲ୍ଲାରୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ ହୋଇଛନ୍ତି ମାଓବାଦୀ ଇ ଦୁର୍ଦ୍ଦାନ୍ତ ମାଓବାଦୀ ମମତା ପଡ଼ିଆମୀଙ୍କ ଆତ୍ମସମର୍ପଣ ପରେ ଘୋଷଣା କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ।

ସମ୍ବନ୍ଧିତ ଖବର ଆଲିଆଙ୍କ ପ୍ରଶଂସା

ରାଜ୍ୟ ସରକାରଙ୍କ ନୂତନ ଆତ୍ମସମର୍ପଣ ଯୋଜନାରେ ଅନୁପ୍ରାଣିତ ହୋଇ ଏସିଏମ ରାଙ୍କର କ୍ୟାଡର ମମତା ପଡିଆମୀ ଆତ୍ମସମର୍ପଣ କରିଛନ୍ତି। କୋରାପୁଟ ପୋଲିସ ପାଖରେ ନିଜ SLR ରାଇଫଲ,୧୦ ଗୁଳି,ଟିଫିନ ବୋମା ସହ ଆତ୍ମସମର୍ପଣ କରିଛନ୍ତି ମମତା ପଡିଆମୀ । ଆତ୍ମସମର୍ପଣ ପରେ ସରକାରଙ୍କ ତରଫରୁ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଇଛି । ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ବିଳନୀରେ ଡ଼ିଆଇଜି କହିଛନ୍ତି।

ସମ୍ବନ୍ଧିତ ଖବର ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର

ସେପଟେ,ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ମାଓ କମାଣ୍ଡର ଉଧମ ସିଂ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଅତ୍ୟାଧୁନିକ AK-47 ବନ୍ଧୁକ ଜବତ ହୋଇଛି। ଅଧିକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେବି ପୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି  ।

ସମ୍ବନ୍ଧିତ ଖବର ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର

Tags: