କିନ୍ନର ହତ୍ୟାକାଣ୍ଡ,ଅଭିଯୁକ୍ତକୁ ପୋଲିସ ଗୁଳି
ଭୁବନେଶ୍ୱର : ରାଜଧାନୀ ସିଫା ନିକଟରେ ଜଣେ କିନ୍ନରକୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଧରାପଡିଛି ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି । ସେ ପ୍ରଥମେ ପୋଲିସ ଉପରକୁ ଗୁଳି କରି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଗୁଳିରେ ଆହତ ହୋଇଛି କ୍ରିଷ୍ଣା । ବୁଧବାର ରାତିରେ ପିପିଲି ଓଭରବ୍ରିଜ ନିକଟ ନାଇରା ପେଟ୍ରୋଲ ପମ୍ପ ନିକଟରେ କୋଣାର୍କ ଅଞ୍ଚଳର ଅଭିଯୁକ୍ତ କ୍ରିଷ୍ଣା କାଣ୍ଡିକୁ ଏନ୍କାଉଣ୍ଟର କରିଛି ପୋଲିସ । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ଆହତ ଅଭିଯୁକ୍ତକୁ କଟକ ସ୍ଥାନାନ୍ତର କରାଯାଇଛି । ସେ ଜଣେ ପେସାଦାର ଅପରାଧୀ ବୋଲି ପୋଲିସ ଜାଣିବାକୁ ପାଇଛି ।
ଗତକାଲି ପିପିଲି ପୁଲିସକୁ ଖବର ମିଳିଥିଲା ଯେ, କିନ୍ନର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ତାରକାଜୁ ନିକଟରେ ଦେଖାଯାଇଛି । ସୂଚନା ପାଇବା ମାତ୍ରେ କ୍ରୀଷ୍ଣାକୁ ଧରିବାକୁ ପୁଲିସ୍ ଟିମ୍ ପିଛା କରିଥିଲା । ଏହି ସମାୟାରେ ପ୍ରଥମେ କ୍ରିଷ୍ଣା ପୁଲିସ ଉପରକୁ ଗୁଳିକରି ନଖସିଯିବାକୁ ଚେଷ୍ଟା କରିଥିଲା । ଫଳରେ ପିପିଲି ଆଇଆଇସି ପାଲଟା ଏନକାଉଣ୍ଟର କରିଥିଲା । ଅଭିଯୁକ୍ତଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଆହତ ହୋଇଥିଲା । ପୋଲିସ ଅଭିଯୁକ୍ତଙ୍କୁ ପ୍ରଥମେ ପିପିଲି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ କଟକ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ପୂର୍ବରୁ ବିଭିନ୍ନ ଥାନାରେ ପଞ୍ଜିକୃତ ଅନେକ ଛିନତାଇ ମାମଲାରେ ଜଡିତ ଥିବା ପୋଲିସ ପକ୍ଷରୁ କୁହାଯାଇଛି । କିନ୍ନର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅପରାଧୀ ଏବେ ବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ସୂଚନାନୁସାରେ,ଫେବ୍ରୁଆରୀ ୧ ତାରିଖ ଦିନ ପୁରୀ- ଭୁବନେଶ୍ଵର ରାସ୍ତାର ଉତ୍ତରାଛକ ନିକଟରେ କିନ୍ନର ଅଞ୍ଜଳିଙ୍କୁ ଆକ୍ରମଣ କରାଯାଇଥିଲା । ଖବର ପାଇଁ କିନ୍ନର ମାନେ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ,ସତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା I ମୃତ କିନ୍ନର ସାଲେପୁରର ଅଞ୍ଜଲି ବୋଲି ଜଣାପଡ଼ିଥିଲା । ସେ ଭୁବନେଶ୍ୱରରେ ଜଣେ ଯୋଗ ଶିକ୍ଷକ ଥିଲେ ବୋଲି ସୂଚନା ମିଳିଥିଲା ।
ଘଟଣା ସ୍ଥଳରେ ପିପିଲି ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମାମଲାକୁ ନେଇ ରାଜ୍ୟ କିନ୍ନର ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସଂଘ ପକ୍ଷରୁ ମୃତକଙ୍କୁ ନ୍ୟାୟ ଦାବିରେ ରାଲି ମଧ୍ୟ କରାଯାଇଥିଲା।



