ରାଜା ସାହାଣୀକୁ ରିମାଣ୍ଡରେ ନେବ କର୍ଣ୍ଣାଟକ ପୋଲିସ

୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ ଖୋଲିବ ଗୁମର

ରାଜା ସାହାଣୀକୁ ରିମାଣ୍ଡରେ ନେବ କର୍ଣ୍ଣାଟକ ପୋଲିସ
Samaya Live News Picture
Published On

ଭୁବନେଶ୍ୱର : ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ । ରିମାଣ୍ଡ ପାଇଁ ଆବେଦନ କରିଥିଲା କର୍ଣ୍ଣାଟକ ପୋଲିସ । ୭ ଦିନିଆ ରିମାଣ୍ଡରେ ନେଇ ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ ମାମଲାରେ ଜେରା କରିବ କର୍ଣ୍ଣାଟକ ପୋଲିସ । ଏନେଇ ଅନୁମତି ଦେଲେ କଟକ ଜେଏମଏଫସି କୋର୍ଟ । ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ ।

ସୂଚନାନୁସାରେ ,ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ କରିଥିଲା ଡକାୟତି। ଦିନ ପ୍ରାୟ ୨ଟା ସମୟରେ ହୁନସୁର ବସଷ୍ଟାଣ୍ଡ ନିକଟରେ ଥିବା ସ୍କାଏ ଗୋଲଡ୍ ଏବଂ ଡାଇମଣ୍ଡ ଗହଣା ଦୋକାନରୁ ରାଜା ନେତ୍ବତ୍ବରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ଲାଙ୍କ ଫାୟାରିଂ କରି ମାତ୍ର ୬ ମିନିଟରେ ୮କେଜି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ । ଯାହା ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ । ଏହି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ । 

ରାଜସହନୀ ନାଁ ରେ ବିଭିନ୍ନ ରାଜ୍ୟରେ ୨୮ଟିରୁ ଅଧିକ ମାମଲା ସହ ୫ଟି ମର୍ଡ଼ର କେସ୍ ଥିବାରୁ ଓଡ଼ିଶା ସମେତ କର୍ଣ୍ଣାଟକ, ଆନ୍ଧ୍ର ଓ ଉତ୍ତରାଖଣ୍ଡ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ୍ ପାଲଟିଥିଲା । ରାଜା ସାହାଣୀ କ୍ରାଇମ ସିଣ୍ଡିକେଟରେ ପ୍ରାୟ ୨ ହଜାର ଅପରାଧୀ କାମ କରୁଥିବାର ଜଣାପଡ଼ିଛି । 

୬ ମାସ ପରେ ପୁଣି ଚୌଦ୍ବାର ଜେଲରେ ରାଜା ସାହାଣୀ । ୩ ନମ୍ବର ୱାର୍ଡର ୨ ନମ୍ବର ସେଲରେ ଅଛି  । ରାଜାର ଗତିବିଧି ଉପରେ ନଜର ରଖିବା ପାଇଁ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି । 


 

 

Tags: