କାଳିମେଘା ହତ୍ୟାକାଣ୍ଡ, ପତ୍ନୀଙ୍କ ସମେତ ୫ ଗିରଫ

କାଳିମେଘା ହତ୍ୟାକାଣ୍ଡ, ପତ୍ନୀଙ୍କ ସମେତ ୫ ଗିରଫ
Samaya Live News Picture
Published On

ଯାଜପୁର : ଯାଜପୁର ଟାଉନଥାନା ଅନ୍ତର୍ଗତ କାଳିମେଘା ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ସ୍ତ୍ରୀ ରଚିଥିଲା ସ୍ବାମୀ ହତ୍ୟାର ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତ ତାପସଙ୍କ ସମେତ ମୃତକ ସୌମ୍ୟଙ୍କ ପତ୍ନୀ, ତାପସଙ୍କ ଭଉଣୀ ପ୍ରିତି ପ୍ରଭା ପ୍ରିୟଦର୍ଶିନୀ ଓରଫ ଚିନୁ ଓ ବନ୍ଧୁକ ସପ୍ଲାୟର ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ସୂଚନା ଦେଇଛି । ତେବେ ଏହି ଘଟଣାରେ ପତ୍ନୀଙ୍କ ହାତ ଥିବା ନେଇ ଅଭିଯୋଗ କରି ଆସୁଥିଲେ ମୃତ ସୌମ୍ୟ ସାଗରଙ୍କ ମା'  ।

ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ମୃତ ସୋମ୍ୟ ସାଗର ସାମଲଙ୍କ ପତ୍ନୀ ରଚିଥିଲେ ହତ୍ୟା ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଯଯାତି କେଶରୀ ମେଡିକାଲ କଲେଜ ପଛପଟ ବୈତରଣୀ ନଦୀ ପଠାରୁ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି ପୋଲିସ । କ୍ରାଇମ ସିନ୍ ରିକ୍ରିଏଟ୍ କରିବାକୁ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଉଛି ପୋଲିସ।

 

Tags: