କେନ୍ଦ୍ର ମନ୍ତ୍ରୀଙ୍କ ଗାଡିକୁ କାଳିମାଡ
ପୁରୀ: ମଇ ୧୬: ପୂର୍ବରୁ ଶାସକ ଓ ବିରୋଧୀ ଲଢେଇ ଅନେକ ସାମ୍ନାକୁ ଆସିଛି । କିନ୍ତୁ ଏପରି କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରୋସ ସାମାନ୍ୟ କମ୍ ଦେଖାଦେଇଛି । ତେବେ ଏବେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳି ମାଡ଼ କରାଯାଇଛି । ପୁରୀରେ ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଏଭଳି କାଳି ମାଡ଼ କରି ପ୍ରତିବାଦ ଜଣାଇଛି । କେନ୍ଦ୍ରମନ୍ତ୍ରୀ ବାଲିଆନ୍ […]
ପୁରୀ: ମଇ ୧୬: ପୂର୍ବରୁ ଶାସକ ଓ ବିରୋଧୀ ଲଢେଇ ଅନେକ ସାମ୍ନାକୁ ଆସିଛି । କିନ୍ତୁ ଏପରି କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରୋସ ସାମାନ୍ୟ କମ୍ ଦେଖାଦେଇଛି । ତେବେ ଏବେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ିକୁ କାଳି ମାଡ଼ କରାଯାଇଛି । ପୁରୀରେ ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ ଏଭଳି କାଳି ମାଡ଼ କରି ପ୍ରତିବାଦ ଜଣାଇଛି । କେନ୍ଦ୍ରମନ୍ତ୍ରୀ ବାଲିଆନ୍ ଗତକାଲି ପୁରୀ ଗସ୍ତରେ ଯାଇଥିବା ବେଳେ ସନ୍ଧ୍ୟାରେ ମାର୍କେଟ ଛକଠାରେ ତାଙ୍କ ଗାଡ଼ି ଉପରକୁ କାଳିମାଡ଼ କରିଥିଲେ ଛାତ୍ର କଂଗ୍ରେସର କର୍ମୀ । ଦେଶରେ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ଏଭଳି ପ୍ରତିବାଦ କରିଥିବା ଜଣାପଡ଼ିଛି । ତେବେ ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିଛି ବିଜେପି ଓ ବିଜେପିର ଅନେକ ନେତା ।




