କାବୁଲ : ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨ କୂଟନୀତିଜ୍ଞଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ

ଆଫଗାନିସ୍ଥାନ :କାବୁଲ ସ୍ଥିତରୁଷ ଦୂତାବାସ ନିକଟରେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ I ଏଥିରେ୨ଜଣ ରୁଷ କୂଟନୀତିଜ୍ଞ ଙ୍କ ସହିତ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ରୁଷ ଦୂତାବାସର ଫଟାକ ନିକଟରେ ଏହି ବିସ୍ଫୋରଣ ହୋଇଥିଲା I ବୋମା ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଧାଁ ଦୌଡ଼ ଦେଖାଦେଇଥିଲା I ଚାରିଆଡେ ଧୁଆଁମୟ ହୋଇ ଉଠିଥିଲା I ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ ରୁଷ ଦୂତାବାସର ଫାଟକ ସାମ୍ନାରେ ଏହି ଆତ୍ମଘାତୀ ବିସ୍ଫୋରଣ […]

Samaya Live Picture
Published On

ଆଫଗାନିସ୍ଥାନ :କାବୁଲ ସ୍ଥିତରୁଷ ଦୂତାବାସ ନିକଟରେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ I ଏଥିରେ୨ଜଣ ରୁଷ କୂଟନୀତିଜ୍ଞ ଙ୍କ ସହିତ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ରୁଷ ଦୂତାବାସର ଫଟାକ ନିକଟରେ ଏହି ବିସ୍ଫୋରଣ ହୋଇଥିଲା I ବୋମା ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଧାଁ ଦୌଡ଼ ଦେଖାଦେଇଥିଲା I ଚାରିଆଡେ ଧୁଆଁମୟ ହୋଇ ଉଠିଥିଲା I

ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ ରୁଷ ଦୂତାବାସର ଫାଟକ ସାମ୍ନାରେ ଏହି ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଦୂତାବାସ ବାହାରେ ଭିସା ଆଶାୟୀ ଲୋକମାନଙ୍କ ନାଁ ଡାକିବାକୁ ରୁଷର ଜଣେ କର୍ମଚାରୀ ବାହାରକୁ ଆସିବା ବେଳେ ଏହି ବିସ୍ଫୋରଣ ହୋଇଥିଲା । କୁହାଯାଉଛି ଦୂତାବାସ ବାହାରେ ମୁତୟନ ଥିବା ତାଲିବାନର ସୁରକ୍ଷା ଗାର୍ଡମାନେ ଆକ୍ରମଣ କାରୀଙ୍କୁ ଚିହ୍ନି ନେଇଥିଲେ। ସେମାନେ ଆକ୍ରମଣକାରୀଙ୍କୁ ଗୁଳି ମାଡ ମଧ୍ୟ କରିଥିଲେ। କିନ୍ତୁ ଅଚାନକ ବିସ୍ଫୋରଣ ଘଟିଥିଲା। ପୁଲିସ ମୁତାବକ, ତାଲିବାନର ସ୍ଥାନୀୟ ପୋଲିସ ମୁଖ୍ୟ ମାଭଲଭି ସାବିରଙ୍କ ଅନୁସାରେ,ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଟାର୍ଗେଟରେ ପହଞ୍ଚିବା ପୂର୍ବରୁ ହଟାଇ ଦିଆଯାଇଥିଲା। ରୁଷ ଦୂତାବାସଟି କାବୁଲର ଉଚ୍ଚ ସୁରକ୍ଷା ସମ୍ପନ୍ନ ଦାରୁଲ୍ ଉଲୁମ ଅଂଚଳରେ ହୋଇଥିବାରୁ ତାଲିବାନର ଚିନ୍ତା ବଢିଯାଇଛି I

ରୁଷ ସେହି କିଛି ଦେଶ ମଧ୍ୟରେ ରହିଛି ଯିଏ ତାଲିବାନ ହାତକୁ ଯିବା ପରେ କାବୁଲରେ ନିଜର ଦୂତାବାସ ସଞ୍ଚାଳନ ଜାରି ରଖିଥିଲା। ତେବେ ମସ୍କୋ ଆନୁଷ୍ଠାନିକ ଭାବେ ତାଲିବାନ ସରକାରକୁ ମାନ୍ୟତା ପ୍ରଦାନ କରି ନାହିଁ। ଯଦିଓ ମସ୍କୋ ତାଲିବାନ ସରକାରକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହିଁ, ତଥାପି ସେମାନେ ପେଟ୍ରୋଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ପାଇଁ ଅଧିକାରୀଙ୍କ ସହିତ ଚୁକ୍ତି କରୁଛନ୍ତି |