ସୌମ୍ୟ ରଞ୍ଜନ ହତ୍ୟା ମାମଲା ପରିବାରକୁ ମିଳିବ ନ୍ୟାୟ - କ୍ରାଇମବ୍ରାଞ୍ଚ ଡିଜି
ଭୁବନେଶ୍ଵର: ବାଲିଅନ୍ତା କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲା, ପରିବାରକୁ ମିଳିବ ନ୍ୟାୟ । ସବୁ ସ୍ତରରୁ ତଦନ୍ତ ଜାରି ରହିଛି ଇ ଏପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସିସିଟିଭି ଓ ଭିଡିଓ ଫୁଟେଜରୁ ମିଳିଛି ପ୍ରମାଣ । ସେ କହିଛନ୍ତି ଯେ, ଆମ ଟିମ୍ ପୁରା ଆକ୍ଟିଭ୍ ଅଛି । ଏହି ଘଟଣାରେ କାହାରିକୁ ବି ଛଡ଼ା ଯିବନି। ସମସ୍ତଙ୍କୁ ଗିରଫ କରାଯିବ । ତଦନ୍ତ ଉପରେ ଯେପରି ପ୍ରଶ୍ନ ନଉଠେ ସେ ଦିଗରେ ଧ୍ୟାନ ଦିଆଯାଉଛି। ପ୍ରତ୍ୟକ ମାମଲାରେ ସାଇଣ୍ଟିଫିକ୍ ଟୁଲ୍ ବ୍ୟବହାର କରୁଛୁ । କ୍ରାଇମବ୍ରାଞ୍ଚ SPଙ୍କ ନତୃତ୍ବରେ ଏବଂ DIGଙ୍କ ତତ୍ତ୍ବାବଧାନରେ ମାମଲାର ଅନୁଧ୍ୟାନ କରାଯାଉଛି । ସୌମ୍ୟଙ୍କ ମାଆ ନିଶ୍ଚିତ ନ୍ୟାୟ ପାଇବେ । ଏପର୍ଯ୍ୟନ୍ତ ଏହି ଘଟଣାରେ ୧୩ଜଣଙ୍କୁ ଗିରଫ କରାଯାଇଛି ।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ରକୁ ମିଶାଇ ୧୩ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ୧୧ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ବାକି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବଶୀଘ୍ର ସେମାନେ ବନ୍ଧା ହେବେ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।



