ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ଜୁନିୟର ଆସିଷ୍ଟାଣ୍ଟ
Samaya Live News Picture
Published On

ଭୁବନେଶ୍ବର : ସରକାରୀ ବାବୁଙ୍କୁ ଗ୍ରାସିଛି ଉପୁରି ଖାଇବା ନିଶା। ବାରମ୍ବାର ଭିଜିଲାନ୍ସ ହାତରେ ଧରାପଡ଼ି ଗଣମାଧ୍ୟମରେ ମୁହଁ ଦେଖାଉଥିଲେ ମଧ୍ୟ ସୁଧୁରୁ ନାହାନ୍ତି ଦୁର୍ନୀତି ଗ୍ରସ୍ତ। ଆଜି ପୁଣି ଜଣେ ସରକାରୀ ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ। NOC କରାଇଦେବା ପାଇଁ ସେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶ୍ରୀକାନ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତାଙ୍କ ଘର ଓ ଅଫିସ୍ ସମେତ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। 

ସୂଚନାନୁସାରେ, ଏକ ଘରୋଇ ସ୍କୁଲକୁ NOC ଦେବା ପାଇଁ ବାସୁଦେବପୁର ଅଂଚଳର ପ୍ରଶାନ୍ତ ସାହୁଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଏସପିଙ୍କ ନିର୍ଦେଶ କ୍ରମେ ଆଜି ଭିଜିଲାନ୍ସ R ଏକ ସ୍ୱତନ୍ତ୍ର ଦଳ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଆସି ଜଗି ରହିଥିଲା ।  ଶ୍ରୀକାନ୍ତ ଦାସ ତାଙ୍କ କାର୍ଯ୍ୟାଳୟରେ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା। ଶ୍ରୀକାନ୍ତ ଦାସଙ୍କ ଅଫିସ ଓ ଜଗନ୍ନାଥ ପୁର ଜାନୁଗଞ୍ଜ ସ୍ଥିତ ଘରେ ମଧ୍ୟ ଚଢାଉ କରାଯାଉଛି।

 

Tags: