ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଟାଣ୍ଟ
ସୁନ୍ଦରଗଡ଼ : ପୁଣି ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆଜି ସକାଳୁ ସୁନ୍ଦରଗଡ଼ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଚଢ଼ାଉ ଜାରି ରହିଛି I ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରବୀନ୍ଦ୍ର ବାରିକଙ୍କ ସୁନ୍ଦରଗଡ଼ ଏବଂ ବାଲେଶ୍ୱର ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବାଲେଶ୍ୱର ଚୂନଭାଟି ମଣ୍ଡପରେ ରେଡ୍ ହୋଇଥିବା ସୂଚନା ରହିଛି । ତେବେ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ ।
Tags:




