ଜୁନିଅର ଆକାଉଣ୍ଟାଣ୍ଟ ଗିରଫ

ଜୁନିଅର ଆକାଉଣ୍ଟାଣ୍ଟ ଗିରଫ
Samaya Live News Picture
Published On

ସୁନ୍ଦରଗଡ଼ : ସୁନ୍ଦରଗଡ଼ OSCSC ଲିମିଟେଡ଼ର ଜୁନିଅର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ତାଙ୍କର ସୁନ୍ଦରଗଡ଼ ଏବଂ ବାଲେଶ୍ୱର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ମାତ୍ର ୫୪ ହଜାର ୪୦୦ ଟଙ୍କା ଦରମାରେ ସେ ଅସାଧୁ ଉପାୟରେ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲେ ।  ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ବିପୁଳ ଟଙ୍କାର ସଂପତ୍ତି ଠାବ ହୋଇଛି । ତାଙ୍କ ପାଖରେ ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ  ବାଲେଶ୍ୱର ଆଖପାଖରେ ୪ଟି ମୂଲ୍ୟବାନ ପ୍ଲଟ ଓ ୧୭୫ ଗ୍ରାମ ଓଜନର ସୁନା ମିଳିଛି। 

ବାଲେଶ୍ୱର ଗୋପାଳଗାଁରେ ୩୫୫୦ ବର୍ଗଫୁଟ୍ ଅଞ୍ଚଳରେ ଥିବା ଏକ ତିନି ମହଲା ବାସଗୃହ, ୬୩୦୦ ବର୍ଗଫୁଟ୍ ଅଞ୍ଚଳରେ ଥିବା ଆଉ ​ଗୋଟିଏ ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ଓ ଜିମ ହୋଇଛି । ଏହି ଜାଗାରେ ହୋଟେଲ, ରିଅଲ୍‌ ଏଷ୍ଟେଟ୍‌ ଅଫିସ ଓ ଜିମ୍‌କୁ ଭଡ଼ାରେ ଦିଆଯାଇଛି। ବାଲେଶ୍ୱରରେ ୮୯୦୦ ବର୍ଗଫୁଟ୍ ଅଞ୍ଚଳର ଗୋଟିଏ କଲ୍ୟାଣ ମଣ୍ଡପ ଠାବ ହୋଇଛି। ବାଲେଶ୍ୱର ଓ ଆଖପାଖରେ ଆଉ ୪ଟି ମୂଲ୍ୟବାନ ଜମି ଚିହ୍ନଟ ହୋଇଛି। ଶ୍ରୀ ବାରିକ ନଭେମ୍ବର ୧୯୯୫ରେ ଭଦ୍ରକ ଯୋଗାଣ କାର୍ଯ୍ୟାଳୟରେ ଜୁନିୟର ଆକାଉଣ୍ଟାଣ୍ଟ ଭାବେ ଯୋଗ ଦେଇଥିଲେ। 

ସୂଚନାନୁସାରେ,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ରବୀନ୍ଦ୍ର ବାରିକଙ୍କ  ସୁନ୍ଦରଗଡ଼ ଶ୍ରୀରାମ ନଗରସ୍ଥିତ ଭଡ଼ାଘର ସହ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା । ଏଥିରେ  ୩ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଥିଲେ । 

Tags: