ଝରାଫୁଲ ନାୟକ ହତ୍ୟା ମାମଲାରେ ରାୟ ପ୍ରକାଶ

ଝରାଫୁଲ ନାୟକ ହତ୍ୟା ମାମଲାରେ ରାୟ ପ୍ରକାଶ
Samaya Live News Picture
Published On

ଭୁବନେଶ୍ୱର : ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାରେ ରାୟ ପ୍ରକାଶ । ମୁଖ୍ୟ ଅଭିଯୁକ୍ତ ରାକେଶ କୁମାର ସ୍ବାଇଁକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଅତିରିକ୍ତ ସେସନ୍ସ ଜଜ୍ ବିଶ୍ୱେଶ୍ୱର ବିଶ୍ୱପ୍ରକାଶ ରାୟ । ଏହା ସହ ୧ ଲକ୍ଷ ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ଅଧିକ ୧୨ ମାସ ପାଇଁ ଜେଲ୍‌ ଦଣ୍ଡ ହୋଇଛି। ଏଥିସହ ସହଯୋଗୀ ଅଭିଯୁକ୍ତ ଅମରେଶ ରାଉତକୁ ପ୍ରମାଣ ନଷ୍ଟ ଆଭିଯୋଗରେ ୫ ବର୍ଷ ଜେଲ୍‌ ହୋଇଛି । ଧାର ଟଙ୍କା ଆଦାୟକୁ ନେଇ ୨୦୨୧ ମସିହା ଜାନୁଆରୀ ୨୬ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ହତ୍ୟାକାଣ୍ଡ ଝରାଫୁଲଙ୍କୁ ହତ୍ୟା କରିଥିଲେ ତାଙ୍କ ପୁଋଷବନ୍ଧୁ। ଏହାପରେ ସହଯୋଗୀ ଅମରେଶ ରାଉତ ସହାୟତାରେ ଏକ ସ୍କୁଟି ଯୋଗେ ମୃତଦେହକୁ ନେଇ କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରେ ଏକ ବୁଦାମୂଳରେ ଫୋପାଡ଼ି ଦେଇ ଆସିଥିଲେ ।  ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ, ସହଯୋଗୀ ଅମରେଶ ରାଉତ(୨୪) ଓ ଶକ୍ତିଶେଖର ସ୍ୱାଇଁକୁ ଯାଜପୁର ଓ କମିଶନରେଟ୍ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲେ  ।

Tags: