ଜେଲ୍‌ରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦୀକୀ କପ୍ପନ୍‌

ଲକ୍ଷ୍ନୌ : ଗୁରୁବାର ଦିନ ଜେଲରୁ ମୁକୁଳିଛନ୍ତି କେରଳର ସାମ୍ବାଦିକ ସିଦ୍ଦିକ କପ୍ପନ I ଆତଙ୍କବାଦୀ ସଂଗଠନ ସହିତ ସଂପୃକ୍ତି ଥିବା ଅଭିଯୋଗରେ ୨ ବର୍ଷ ପୂର୍ବେ ଉତ୍ତରପ୍ରଦେଶରେ ଗିରଫ ହୋଇଥିଲେ ସାମ୍ବାଦିକ । ୨୦୨୦ ଅକ୍ଟୋବରେ କପ୍ପନଙ୍କ ସହିତ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ସେ ଦୀର୍ଘ ୨୮ ମାସ ଧରି ଜେଲ ରେ ରହିଛନ୍ତି I ଲକ୍ଷ୍ନୌ ଜେଲ୍‌ରୁ ତାଙ୍କୁ ମୁକ୍ତ କରିବା ଲାଗି ବୁଧବାର ଦିନ ଲକ୍ଷ୍ନୌ ସେସନ୍‌ କୋର୍ଟ […]

Samaya Live Picture
Published On

ଲକ୍ଷ୍ନୌ : ଗୁରୁବାର ଦିନ ଜେଲରୁ ମୁକୁଳିଛନ୍ତି କେରଳର ସାମ୍ବାଦିକ ସିଦ୍ଦିକ କପ୍ପନ I ଆତଙ୍କବାଦୀ ସଂଗଠନ ସହିତ ସଂପୃକ୍ତି ଥିବା ଅଭିଯୋଗରେ ୨ ବର୍ଷ ପୂର୍ବେ ଉତ୍ତରପ୍ରଦେଶରେ ଗିରଫ ହୋଇଥିଲେ ସାମ୍ବାଦିକ । ୨୦୨୦ ଅକ୍ଟୋବରେ କପ୍ପନଙ୍କ ସହିତ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ସେ ଦୀର୍ଘ ୨୮ ମାସ ଧରି ଜେଲ ରେ ରହିଛନ୍ତି I ଲକ୍ଷ୍ନୌ ଜେଲ୍‌ରୁ ତାଙ୍କୁ ମୁକ୍ତ କରିବା ଲାଗି ବୁଧବାର ଦିନ ଲକ୍ଷ୍ନୌ ସେସନ୍‌ କୋର୍ଟ ଜାମିନ ଆଦେଶରେ ସ୍ବାକ୍ଷର କରିଥିଲେ। ଆଜି ସକାଳ ୯.୧୫ ମିନିଟରେ ଜେଲରୁ ମୁକୁଳିଥିଲେ କପ୍ପନ ।

ଉତ୍ତର ପ୍ରଦେଶ ହାଥରସ (ହତ୍ୟା ଓ ଦୁଷ୍କର୍ମ) ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବା ସମୟରେ ତାଙ୍କୁ ଓ ତାଙ୍କ ସହିତ ଥିବା ଅନ୍ୟ ୩ ଜଣଙ୍କୁ ଗିରଫ କରାଯାଇଥିଲା I ତାଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଏବଂ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଲଗାଯାଇଥିଲା I ସମ୍ପ୍ରତି ନିଷିଦ୍ଧ କରାଯାଇଥିବା ସଙ୍ଗଠନ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ସହିତ ସେମାନଙ୍କର ସମ୍ପୃକ୍ତି ଥିଲା ଏବଂ ସେମାନେ ଘଟଣାସ୍ଥଳରେ ହିଂସା ଉସ୍‌କାଇବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ତାଙ୍କ ନାଁ’ରେ ଅଭିଯୋଗ ହୋଇଥିଲା।

ଗତ ସେପ୍ଟେମ୍ବର ମାସରେ ସୁପ୍ରିମ୍ କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ ଇଡି ଦ୍ବାରା ଦାଏର୍ କରାଯାଇଥିବା ମନି ଲଣ୍ଡ୍ରରିଂ ମାମଲା ଯୋଗୁଁ ସେ ଲକ୍ଷ୍ନୌ କାରାଗାରରେ ରହୁଥିଲେ। ବୁଧବାର ଦିନ ଅଦାଲତରେ ଉକ୍ତ ମୁଚାଲିକା ଦୁଇଟି ଦାଖଲ କରାଯିବା ପରେ ଆଜି ତାଙ୍କୁ ଜେଲ୍ରୁ ମୁକ୍ତ କରାଯାଇଛି।

ଡିସେମ୍ବର ୨୩ ତାରିଖରେ ଆହ୍ଲାବାଦ ହାଇକୋର୍ଟ ସିଦ୍ଦୀକୀ କପ୍ପନ୍‌ଙ୍କୁ ‘ମିନି ଲଣ୍ଡରିଙ୍ଗ୍‌’ ମାମଲାରେ ଜାମିନ ମଞ୍ଜୁର କରିଥିଲେ। କିନ୍ତୁ, ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ମଙ୍ଗଳବାର ଦିନ ୧ଲକ୍ଷ ଟଙ୍କିଆ ଦୁଇଟି ମୁଚାଲିକା ମଙ୍ଗଳବାର ଦିନ ଅଦାଲତରେ ଦାଖଲ କରାଯାଇ ପାରି ନ ଥିଲା। ବୁଧବାର ଦିନ ଅଦାଲତରେ ଉକ୍ତ ମୁଚାଲିକା ଦୁଇଟି ଦାଖଲ କରାଯିବା ପରେ ଆଜି ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି। ତେବେ ଜେଲରୁ ମୁକୁଳିବା ପରେ କପ୍ପନ କହିଛନ୍ତି, ମୁଁ ୨୮ ମାସ ପରେ ଜେଲରୁ ମୁକୁଳିଛି । ମୋତେ ସପୋର୍ଟ କରିଥିବାରୁ ମିଡିଆକୁ ଧନ୍ୟବାଦ । ମୋ ଉପରେ ମିଥ୍ୟା ଆରୋପ ଲାଗିଥିଲା। ଏବେ ମୁଁ ବାହାରକୁ ଆସି ଖୁସି ଅଛନ୍ତି । କିନ୍ତୁ ମୋ ମା’ଙ୍କର ଦେହାନ୍ତ ହୋଇ ଯାଇଥିବାରୁ ମନ ବ୍ୟଥିତ ରହିଛି I