ଜାମ୍ମୁ -କାଶ୍ମୀର ରାଜୌରୀରେ ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀଙ୍କ ପ୍ରଚଣ୍ଡ ବିସ୍ଫୋରଣ ,୫ ମୃତ

ରାଜୌରୀ : ନୂଆବର୍ଷ ସକାଳେ ଜାମ୍ମୁ କାଶ୍ମୀରର ରାଜୌରୀରେ ଡାଙ୍ଗରି ଗ୍ରାମରେ IED ବିସ୍ଫୋରଣ ଘଟି ଜଣେ ବାଳକର ମୃତ୍ୟୁ ଘଟିବା ସହିତ ୪ ଜଣ ଆହତ ହୋଇଛନ୍ତି I ଏହି ବିସ୍ଫୋରଣ ଘଟଣାରେ ଆତଙ୍କବାଦୀଙ୍କ ହାତ ଥିବା ଜଣା ପଡିଛି I ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। IED ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ମାନେ ଡ୍ରୋନ୍ ମାଧ୍ୟମରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ I ଏହି ସମୟରେ ସୁରକ୍ଷା ବାହିନୀ ଗାଁରେ ଆଉ ଏକ IED […]

Samaya Live Picture
Published On

ରାଜୌରୀ : ନୂଆବର୍ଷ ସକାଳେ ଜାମ୍ମୁ କାଶ୍ମୀରର ରାଜୌରୀରେ ଡାଙ୍ଗରି ଗ୍ରାମରେ IED ବିସ୍ଫୋରଣ ଘଟି ଜଣେ ବାଳକର ମୃତ୍ୟୁ ଘଟିବା ସହିତ ୪ ଜଣ ଆହତ ହୋଇଛନ୍ତି I ଏହି ବିସ୍ଫୋରଣ ଘଟଣାରେ ଆତଙ୍କବାଦୀଙ୍କ ହାତ ଥିବା ଜଣା ପଡିଛି I ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। IED ବିସ୍ଫୋରଣ ପରେ ସୁରକ୍ଷାକର୍ମୀ ମାନେ ଡ୍ରୋନ୍ ମାଧ୍ୟମରେ ସର୍ଚ୍ଚ ଅପରେସନ୍ ଚଳାଇଥିଲେ I ଏହି ସମୟରେ ସୁରକ୍ଷା ବାହିନୀ ଗାଁରେ ଆଉ ଏକ IED ଠାବ କରିଥିଲେ I ଯାହାକୁ ନିରାପତ୍ତା ବାହିନୀ ଦ୍ୱାରା ନିଷ୍କ୍ରିୟ କରାଯାଇଥିଲା I

ଏହା ପୂର୍ବରୁ ଗ୍ରାମର ୩ ଜଣଙ୍କ ଘର ପଶି ସାଧାରଣ ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କବାଦୀ । ଏଥିରେ ୪ ଜଣ ସାଧାରଣ ନାଗରିକ ପ୍ରାଣ ହରାଇବା ସହ ୯ ଜଣ ଆହତ ହୋଇଥିଲେ । ଆଜି ସୁରକ୍ଷା ବାହିନୀ ଉପର ଡାଙ୍ଗ୍ରି ଗ୍ରାମରେ ସର୍ଚ୍ଚ ଅପରେସନ କରୁଥିବାବେଳେ ଏଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିବାରୁ ଏଥିରେ ୨ ଜଣ ଆହତ ହୋଇଥିଲେ। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଓ ସେନା କର୍ମଚାରୀ ନିୟୋଜିତ ହୋଇଛନ୍ତି।

ସେପଟେ ଏହି ଆକମ୍ରଣ ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହି ଘଟଣାକୁ ବିରୋଧ କରି ଅନେକ ସଙ୍ଗଠନ ଆଜି ଘାଟିରେ ବନ୍ଦ ଡାକରା ଦେଇଛନ୍ତି। ଏହି ଘଟଣାରେ ଜାମ୍ମୁ କାଶ୍ମୀରର ଲେପ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଟ୍ୱିଟ କରି କହିଛନ୍ତି ଯେ, ‘ମୁଁ ରାଜୋରୀରେ ହୋଇଥିବା ଆତଙ୍କ କାଣ୍ଡକୁ କଡ଼ା ନିନ୍ଦା କରୁଛି । ମୁଁ ଲୋକଙ୍କୁ ଆଶ୍ୱାସନା ଦେଉଛି ଯେ, ଏହି ଘୃଣ୍ୟ ଆକ୍ରମଣ ପଛରେ ଯେଉଁମାନେ ଅଛନ୍ତି ସେମାନେ ରକ୍ଷା ପାଇବେ ନାହିଁ । ମୋର ଚିନ୍ତାଧାରା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସହିତ ଅଛି । ଏହି ଭୟଭୀତ ଆକ୍ରମଣରେ ଶହୀଦ ହୋଇଥିବା ପ୍ରତ୍ୟେକ ସାଧାରଣ ନାଗରିକଙ୍କ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଏବଂ ଏକ ସରକାରୀ ଚାକିରି ଦିଆଯିବ । ଗୁରୁତର ଆହତଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆହତଙ୍କ ଉନ୍ନତ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।’

ଏହି ଆତଙ୍କବାଦୀ ଆକ୍ରମଣର ଏନଆଇଏ (ଜାତୀୟ ଅନୁସନ୍ଧାନ ଏଜେନ୍ସି) ଅନୁସନ୍ଧାନ କରିବ। ଜାତୀୟ ଅନୁସନ୍ଧାନ ଏଜେନ୍ସି ଜାମ୍ମୁ କାଶ୍ମୀର ପୋଲିସ ସହ ସହଯୋଗ କରିବ ଏବଂ ନିଜ ସ୍ତରରେ ପ୍ରମାଣ ସଂଗ୍ରହ କରିବ।