ଜଲେବି ବାବା ଙ୍କୁ ୧୪ ବର୍ଷ ଜେଲ

ରୋହତକ : ଜଲେବି ବାବା ଓରଫ ଅମରପୁରୀ ଓରଫ ବିଲ୍ଲୁଙ୍କ ଖେଳ ଶେଷ ହୋଇଛି । ବାବାଙ୍କୁ ହୋଇଛି ୧୪ ବର୍ଷ ଜେଲଦଣ୍ଡାଦେଶ । ହରିଆଣାର ଫତେହବାଦରେ ଆଶ୍ରମ ଖୋଲି ମହିଳାଙ୍କ ରୋଗ ଦୂର କରିବା ନାଁରେ ୧୦୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ କରିଛନ୍ତି ଦୁଷ୍କର୍ମ I ଏହି ଭଣ୍ଡବାବା ଅମରବୀର ଓରଫ ଜଲେବି ବାବାଙ୍କୁ ଫତେହବାଦର ଏକ କୋର୍ଟ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଗତ ଡିସେମ୍ବର ୫ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଜଲେବି […]

Samaya Live Picture
Published On

ରୋହତକ : ଜଲେବି ବାବା ଓରଫ ଅମରପୁରୀ ଓରଫ ବିଲ୍ଲୁଙ୍କ ଖେଳ ଶେଷ ହୋଇଛି । ବାବାଙ୍କୁ ହୋଇଛି ୧୪ ବର୍ଷ ଜେଲଦଣ୍ଡାଦେଶ । ହରିଆଣାର ଫତେହବାଦରେ ଆଶ୍ରମ ଖୋଲି ମହିଳାଙ୍କ ରୋଗ ଦୂର କରିବା ନାଁରେ ୧୦୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ କରିଛନ୍ତି ଦୁଷ୍କର୍ମ I ଏହି ଭଣ୍ଡବାବା ଅମରବୀର ଓରଫ ଜଲେବି ବାବାଙ୍କୁ ଫତେହବାଦର ଏକ କୋର୍ଟ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଗତ ଡିସେମ୍ବର ୫ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଜଲେବି ବାବା । ହରିଆଣା ଫତେବାଦ କୋର୍ଟ ରଅତିରିକ୍ତ ଜିଲ୍ଲା ଜଜ୍ ବଲୱନ୍ତ ସିଂହ ୬୩ ବର୍ଷୀୟ ଅଭିଯୁକ୍ତ ବାବାଙ୍କୁ ବଳାତ୍କାର ସମେତ ଆଇଟି, ଏନ୍‌ପିଏସ୍ ଏବଂ ଆର୍ମସ୍ ଆକ୍ଟ ଅନୁସାରେ ଗତ ୫ ତାରିଖରେ ଦୋଷୀସାବ୍ୟସ୍ତ କରିଥିଲେ। ଆଜି ଦଣ୍ଡାଦେଶ ଶୁଣାଇଛନ୍ତି। ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଆଇପିସିର ଧାରା ୩୭୬-C ଅନୁସାରେ ୭ ବର୍ଷ ଏବଂ ଆଇଟି ଆକ୍ଟ ୬୭ A ଅନୁସାରେ ୫ବର୍ଷ ଜେଲ ଦଣ୍ଡ ହୋଇଛି । ଗତ ଡିସେମ୍ବର ୫ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଜଲେବି ବାବା । ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ ହରିଆଣା ଫତେବାଦ କୋର୍ଟ ।

ଫତେହବାଦ ମହିଳା ଥାନା ଅଧିକାରୀ ବିମଳା ଦେବୀଙ୍କ ସୂଚନା ଅନୁସାରେ ଟୋହନା ଅଞ୍ଚଳରେ ଅଭିଯୁକ୍ତ ବାବା ଜଣକ ବଲକନାଥ ନାମରେ ଏକ ମନ୍ଦିର ଖୋଲିଥିଲେ ଏବଂ ତାର ମହନ୍ତ ବୋଲି ନିଜକୁ ଦର୍ଶାଇଥିଲେ। ମହିଳାଙ୍କ ବିଭିନ୍ନ ରୋଗ ଦୂର କରିବାକୁ ସେ ଘୋଷଣା କରିଥିଲେ। ତାଙ୍କ ନିକଟକୁ ଆସୁଥିବା ମହିଳାଙ୍କୁ ସେ ଚା’ରେ ନିଶା ଦେଇ ବଳାତ୍କାର କରୁଥିଲେ। କେବଳ ଏତିକି ନୁହେଁ ତାର ଭିଡିଓ ମଧ୍ୟ ରେକର୍ଡିଂ କରୁଥିଲେ । ପରବର୍ତ୍ତୀ ସମୟରେ ସେହି ମହିଳାମାନଙ୍କୁ ବ୍ଲାକମେଲିଂ କରି ଟଙ୍କା ଉପାର୍ଜନ କରୁଥିଲେ।

ସେମାନଙ୍କୁ ଶାରୀରିକ ସମ୍ପର୍କ ରଖିବା ଲାଗି ଚାପ ପକାଉଥିଲେ । ଏଭଳି ଭାବେ ସେ ପ୍ରାୟ ୧୨୦ ଜଣ ମହିଳାଙ୍କୁ ଯୌନ ଓ ଆର୍ଥିକ ଶୋଷଣ ମଧ୍ୟ କରିଥିଲେ। ତେବେ ୨୦୧୯ରେ ଜଣେ ମହିଳାଙ୍କ ସହ ତାଙ୍କର ଆପତ୍ତିଜନକ ଭିଡିଓ ସୋସି ଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହାକୁ ଆଧାର କରି ପୁଲିସ ଫତେହବାଦର ଶକ୍ତିନଗର ଅଞ୍ଚଳରେ ଥିବା ଘର ଉପରେ ଚଢ଼ାଉ କରି ବାବାଙ୍କୁ ଗିରଫ କରିଥିଲା । ତାଙ୍କ ମୋବାଇଲ ଯାଞ୍ଚ ବେଳେ ୧୨୦ ମହିଳାଙ୍କ ସହ ବାବାଙ୍କ ଅଶ୍ଳୀଳ ଭିଡିଓ ମିଳିଥିଲା।

ଗିରଫ ହେବା ପରଠାରୁ ବାବା ଜେଲ୍‌ରେ ଥିଲେ । ବାବାଙ୍କ ନିଜ ଘର ପଞ୍ଜାବର ମନ୍ସା ସହରରେ। ତାଙ୍କର ୪ ଝିଅ ଓ ୨ ପୁଅ ଅଛନ୍ତି। ଆଜକୁ ପ୍ରାୟ ୨୩ ବର୍ଷ ତଳେ ସେ ହରିଆଣା ଚାଲି ଆସିଥିଲେ । ଟୋହନା ରେଲୱେ ରୋଡ୍‌ରେ ଜିଲାପି ବିକ୍ରି ଆରମ୍ଭ କରିଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ସେ ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ସେ ଜିଲାପି ବିକ୍ରି ଛାଡି ତନ୍ତ୍ରମନ୍ତ୍ର ବିଦ୍ୟା ଆରମ୍ଭ କରିଥିଲେ । କିଛି ବର୍ଷ ଗାଏବ ରହିବା ପରେ ଏଠାକୁ ଆସି ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ସେ ଜିଲାପି ବାବା ଭାବେ ପରିଚିତ ଥିଲେ।