ଦିଲ୍ଲୀ ପୋଲିସରେ ହାଜର ହେଲେ ଜ୍ୟାକଲିନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ ପହଞ୍ଚିଛନ୍ତି । ମହାଠକ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ସମ୍ପର୍କରେ ପୁଲିସ ତାଙ୍କୁ ଜେରା କରିଛି । ୨ ସପ୍ତାହ ମଧ୍ୟରେ ଦ୍ୱିତୀୟଥର ପାଇଁ ଦିଲ୍ଲୀ ପୁଲିସ ତାଙ୍କୁ ପଚରାଉଚରା କରିଛି । ଗତ ସେପେଫମ୍ବର ୧୪ ତାରିଖରେ ଦିଲ୍ଲୀ ପୁଲିସ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା । ମୁଖ୍ୟତ ବ୍ୟାଙ୍କର […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ ପହଞ୍ଚିଛନ୍ତି । ମହାଠକ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ସମ୍ପର୍କରେ ପୁଲିସ ତାଙ୍କୁ ଜେରା କରିଛି । ୨ ସପ୍ତାହ ମଧ୍ୟରେ ଦ୍ୱିତୀୟଥର ପାଇଁ ଦିଲ୍ଲୀ ପୁଲିସ ତାଙ୍କୁ ପଚରାଉଚରା କରିଛି ।

ଗତ ସେପେଫମ୍ବର ୧୪ ତାରିଖରେ ଦିଲ୍ଲୀ ପୁଲିସ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା । ମୁଖ୍ୟତ ବ୍ୟାଙ୍କର ସବିଶେଷ ତଥ୍ୟ, ସୁକେଣ ଦେଇଥିବା ଦାମୀ ଉପହାର ଏବଂ ପ୍ରାଇଭେଟ ଜେଟ ସମ୍ପର୍କରେ ପଚରାଉଚରା କରିଛି । କିଛି ଦିନ ପୂର୍ବରୁ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ପର୍କ ଚର୍ଚ୍ଚାକୁ ଆସିଥିଲା । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଡେଟ୍‌ କରୁଥିବା କଥାକୁ ଜ୍ୟାକଲିନ ଖଣ୍ଡନ କରିଥିଲେ ମଧ୍ୟ ଉଭୟଙ୍କର ଏକ ଫଟୋକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି । ଜ୍ୟାକଲିନ ଏକ ସମୟରେ ସୁକେଶ ଚନ୍ଦ୍ରଶେଖରଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

ସୁକେଶ ଜ୍ୟାକଲିନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ । ଜ୍ୟାକଲିନ ସମ୍ପୂର୍ଣ୍ଣ ଭାବେ ସୁକେଶଙ୍କ କ°ାରେ ଥିଲେ ଏବଂ ତାଙ୍କୁ ବିବାହ କରିବାପାଇଁ ସ୍ଥିର କରିଥିଲେ । ନିଜ ‘ଡ୍ରିମ ମ୍ୟାନ୍‌’ଙ୍କୁ ପାଇ ସାରିଛନ୍ତି ବୋଲି ଜ୍ୟାକଲିନ ତାଙ୍କ ବନ୍ଧୁମାନଙ୍କୁ ମଧ୍ୟ କହି ସାରିଥିଲେ । ଗତ ବୁଧବାର ଜ୍ୟାକଲିନଙ୍କୁ ଦିଲ୍ଲୀ ପୁଲିସ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ।