ଇରାନ : ମସଜିଦ ଉପରେ ଗୁଳିମାଡ଼,୧୫ ମୃତ ୪୦ ରୁ ଅଧିକ ଆହତ
ତେହରାନ: ଦକ୍ଷିଣ ଇରାନରେ ଥିବା ଶିରାଜ ସହରରେ ସିୟା ସମ୍ପ୍ରଦାୟର ଶାହଚେରାଗ ମସଜିଦ ଉପରେ ହୋଇଛି ଆତ୍ମଘାତୀ ହମଲା I ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହେବା ସହିତ ୪୦ ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି I ଗତକାଲି ସନ୍ଧ୍ୟାରେ ୩ ବନ୍ଧୁକଧାରୀ ଆତଙ୍କବାଦୀ ମାନେ ମସଜିଦ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଇ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ କାବୁ କରିନେଇଥିବାବେଳେ ଅନ୍ୟଜଣେ ଫେରାର ରହିଛି I ସ୍ଥାନୀୟ ଆଇଆରଏନଏ ନ୍ୟୁଜ […]
ତେହରାନ: ଦକ୍ଷିଣ ଇରାନରେ ଥିବା ଶିରାଜ ସହରରେ ସିୟା ସମ୍ପ୍ରଦାୟର ଶାହଚେରାଗ ମସଜିଦ ଉପରେ ହୋଇଛି ଆତ୍ମଘାତୀ ହମଲା I ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହେବା ସହିତ ୪୦ ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି I ଗତକାଲି ସନ୍ଧ୍ୟାରେ ୩ ବନ୍ଧୁକଧାରୀ ଆତଙ୍କବାଦୀ ମାନେ ମସଜିଦ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଇ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ କାବୁ କରିନେଇଥିବାବେଳେ ଅନ୍ୟଜଣେ ଫେରାର ରହିଛି I
ସ୍ଥାନୀୟ ଆଇଆରଏନଏ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ ବହୁ ସଂଖ୍ୟାରେ ସିୟା ମୁସଲିମ ସମ୍ପ୍ରଦାୟ ଲୋକେ ଶାହଚେରାଗ ମସଜିଦରେ ଏକତ୍ରିତ ହୋଇଥିଲେ। ଏହି ସମୟରେ ହଠାତ୍ ୩ ବନ୍ଧୁକଧାରୀ ଉକ୍ତ ଦରଘା ମଧ୍ୟରେ ପହଞ୍ଚିଲେ। ଏହାପରେ ସେମାନେ ଆଖି ବୁଜା ଗୁଳି ଚଳାଇବାରୁ ଲୋକେ ଭୟଭୀତ ହୋଇ ଚାରିଆଡ଼େ ଦୌଡ଼ିବାକୁ ଲାଗିଲା। ଏହି ଗୁଳିକାଣ୍ଡ ଓ ଦଳା ଚକଟାରେ ୧୫ ଜଣଙ୍କ ମୃତ୍ୟୁ ହେବ ସହିତ ପ୍ରାୟ ୪୦ ରୁ ଉର୍ଧ୍ଵ ଲୋକ ଆହତ ହୋଇଛନ୍ତି I ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ ଆତତାତୀୟମାନେ ସୁନୀ ଉଗ୍ରବାଦୀ ବୋଲି ଜଣାପଡ଼ିଛି। ଇରାନରେ ସୁନ୍ନି ଉଗ୍ରବାଦୀମାନେ ଅତୀତରେ ଶିଆ ମୁସଲମାନମାନଙ୍କର ପବିତ୍ର ସ୍ଥାନକୁ ଟାର୍ଗେଟ କରିଥିଲେ । ଦେଶରେ ଏବେ ଅରାଜକତା ଓ ବିଦ୍ରୋହ ସୃଷ୍ଟ ହୋଇଥିବା ବେଳେ ଏହାର ଫାଇଦା ଉଠାଇ ସେମାନେ ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି ।
ଏହାପୂର୍ବରୁ ଗତ ବୁଧବାର ଦିନ ହଜାର ହଜାର ବିକ୍ଷୋଭକାରୀ ୨୨ ବର୍ଷିୟ ମେହସା ଆମିନୀଙ୍କ ମୃତ୍ୟୁ ର ୪୦ ପୂର୍ତ୍ତି ଅବସରରେ ଶୋକ ପାଳନ ପାଇଁ ରାସ୍ତାକୁ ଓଲ୍ହାଇଥିଲେ I ହିଜIବ ବିବାଦକୁନେଇ ୨୨ ବର୍ଷିୟ ମେହସା ଆମିନୀଙ୍କୁ ଇରାନ ପୋଲିସ ଗିରଫ କରିଥିଲା I ତେବେ ଜେଲ ମଧ୍ୟରେ ଥିବା ସମୟରେ ଗତ ମାସ ସେପ୍ଟେମ୍ବର ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଇରାନରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମୁସଲିମ ଗୋଷ୍ଠୀର ଲୋକେ ଆନ୍ଦୋଳନକୁ ଓଲ୍ହାଇଥିଲେ I ଆମିନୀଙ୍କ ଅନ୍ତିମ ସଂସ୍କାର ସମୟରେ ଦେଶବାସୀଙ୍କ ମଧ୍ୟରେ ଥିବା କ୍ରୋଧ ଉଗ୍ର ରୂପ ଧାରଣ କଲା ଓ ସେମାନେ ରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିଥିଲେ। ଏପରିକି ଆମିନୀଙ୍କୁ ନ୍ୟାୟ ଦାବିରେ ମୁସଲିମ ଯୁବତୀମାନେ ନିଜ ହିଜାବ ପୋଡ଼ି ଦେଇଥିଲେ। ଉଲ୍ଲେଖଯୋଗ୍ୟ ମୃତ୍ୟୁ ପରେ ଶିଆ ମୁସଲମାନମାନଙ୍କର ଅନେକ ରୀତିନୀତି ରହିଛି ଏବଂ ମୃତ୍ୟୁର ୪୦ ଦିନ ପୂର୍ଣ୍ଣ ହେବାପରେ ପୁନର୍ବାର ଶୋକ ପାଳନ କରାଯାଏ I ଏକ ସ୍ଥାନୀୟ ସାମାଚାର ଏଜେନ୍ସି କହିଛି ଯେ, ଆକ୍ରମଣକାରୀ ମାନେ ଟକଫିରୀ ଥିଲେ, ଯେଉଁମାନେ ଏହି ଆକ୍ରମଣ ପାଇଁ ଦେଶରେ ଚାଲିଥିବା ଅଶାନ୍ତିର ସୁଯୋଗ ନେଇଥିଲେ । ୨୨ ବର୍ଷୀୟ ମହସା ଆମିନୀଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ସେପ୍ଟେମ୍ବର ୧୬ ଠାରୁ ସରକାର ବିରୋଧୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ସୂଚନାନୁସାରେ, ଏପର୍ଯ୍ୟନ୍ତ ୨ ଶହ ରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଛି ।




