ମାଲକାନଗିରିରେ ଆଉ ୧୨ ଘଣ୍ଟା ଇଣ୍ଟରନେଟ ବନ୍ଦ

 ମାଲକାନଗିରିରେ ଆଉ ୧୨ ଘଣ୍ଟା ଇଣ୍ଟରନେଟ ବନ୍ଦ

ମାଲକାନଗିରି : ଉତ୍ତେଜନାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ କଟକଣା ବୃଦ୍ଧି କରାଯାଇଛି । ଏମଭି-୨୬ ଏବଂ ରାଖେଲଗୁଡ଼ା ଗ୍ରାମ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ତେବେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଇଣ୍ଟରନେଟ କଟକଣାକୁ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ କଟକଣାକୁ ଆଜି ରାତି ୧୨ ଟା ଯାଏଁ ବୃଦ୍ଧି କରାଯାଇଛି ।  ଆଜି ଜାରି ହୋଇଥିବା ଏକ ସରକାରୀ ନିର୍ଦ୍ଦେଶରେ କୁହାଯାଇଛି ଯେ ଜିଲ୍ଲାର ପରିସ୍ଥିତି ବର୍ତ୍ତମାନ ସମ୍ବେଦନଶୀଳ ଏବଂ ଗୁଜବ ପ୍ରସାରଣର ଆଶଙ୍କା ବୃଦ୍ଧିକୁ ଦୃଷ୍ଟିରେ ଏହି କଟକଣା ଲଗାଯାଇଛି ।

ସମ୍ବନ୍ଧିତ ଖବର ପଞ୍ଚସଫ୍ଟ ଓ ସିଲିକନ୍ କଳା ତାଲିକା ଭୁକ୍ତ

ଅନ୍ୟପଟେ ଆଜି ମାଲକାନଗିରି ପହଂଚିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ୨ ଗୋଷ୍ଠୀ ସହ ଆଲୋଚନା କରିବାର ସମ୍ଭାବନା ରହିଛି । ଲାକେ ପୋଡ଼ିଆମୀଙ୍କ ମୁଣ୍ଡବିହୀନ ମୃତଦେହ ମିଳିବାକୁ ନେଇ ରାଖେଲଗୁଡ଼ା ଓ ଏମ୍‌ଭି-୨୬ ଗାଁ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ସହ ଶାନ୍ତି ଫେରିବାରେ ଲାଗିଛି । ଦୁଇ ଗ୍ରାମ ମଧ୍ୟରେ ଶାନ୍ତି କିପରି ଫେରାଇ ଅଣାଯିବ ସେ ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ଉଭୟ ଗ୍ରାମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ୧୫ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ଏବଂ ୨୦ ରାଜ୍ୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।  ଶାନ୍ତି କମିଟି ବୈଠକ ପରେ ଦୁଇ ଗ୍ରାମରେ ଶାନ୍ତି ଫେରୁଛି । ଦୁଇ ଗ୍ରାମବାସିନ୍ଦା ଗାଁକୁ ଫେରୁଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ କମ୍ବଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ସରକାରୀ ଦଳ ପହଁଚି କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଉଛି । ଭାଗ ଚାଷ ଏବଂ ଜମି ବିବାଦକୁ ନେଇ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।  

ସମ୍ବନ୍ଧିତ ଖବର ଶିକ୍ଷକଙ୍କ ସହ ଅଛନ୍ତି ସରକାର - ମନ୍ତ୍ରୀ

Tags: