ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କ ଗଳାକାଟି ହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ ଗଳା କାଟି ହତ୍ୟା କରିଛି ଅଜଣା ଦୁର୍ବୃତ୍ତ । ଏଭଳି ଘଟଣା ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ I ମୃତ ମହିଳା ଜଣକ ହେଲେ ଶୁଭଶ୍ରୀ ମହାପାତ୍ର(୩୫)। ସ୍ୱାମୀ ଅଫିସ କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଶୁଭଶ୍ରୀ ଓ ତାଙ୍କର ୪ ବର୍ଷର ଙ୍କ ସହିତ ରହୁଥିଲେ I ଗତ କାଲି ପୁଅ ଘରେ ନ ଥିବା ସମୟରେ କେହି ଜଣେ ଏଭଳି କାଣ୍ଡ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ ଗଳା କାଟି ହତ୍ୟା କରିଛି ଅଜଣା ଦୁର୍ବୃତ୍ତ । ଏଭଳି ଘଟଣା ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ I ମୃତ ମହିଳା ଜଣକ ହେଲେ ଶୁଭଶ୍ରୀ ମହାପାତ୍ର(୩୫)। ସ୍ୱାମୀ ଅଫିସ କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଶୁଭଶ୍ରୀ ଓ ତାଙ୍କର ୪ ବର୍ଷର ଙ୍କ ସହିତ ରହୁଥିଲେ I ଗତ କାଲି ପୁଅ ଘରେ ନ ଥିବା ସମୟରେ କେହି ଜଣେ ଏଭଳି କାଣ୍ଡ କରିଛି I

ସୂଚନାନୁସାରେ ନୟାଗଡ଼ ଜିଲ୍ଲାର ଶୁଭଶ୍ରୀଙ୍କ ସହ ୨୦୧୮ରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଅନନ୍ତ ନାରାୟଣ ନାଥଙ୍କ ସହ ବିବାହ ହୋଇଥିଲା । ଅନନ୍ତ ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ତାଙ୍କର ୪ ବର୍ଷର ପୁଅ ରହିଛି । ଘଟଣା ଘଟିବାପୂର୍ବରୁ ଶୁଭଶ୍ରୀ ଙ୍କ ସ୍ୱାମୀ କମ୍ପାନୀ କାର୍ଯ୍ୟରେ ବାହାରକୁ ଯାଇଥିଲେ I ଏହାପରେ ସେ ଗତ କାଲି ଘରକୁ ଫୋନ କରିବାରୁ ବହୁ ସମୟ ଧରି ଶୁଭଶ୍ରୀ ଫୋନ ଉଠାଇ ନ ଥିଲେ I ପରେ ସେ ପଡୋଶୀଙ୍କୁ ଫୋନ କରି ଘଟଣା ସମ୍ପର୍କ ରେ ଜଣାଇ ଥିଲେ I ଏହାପରେ ପଡୋଶୀ ଘରେ ଆସି ଦେଖିବାକୁ ପାଇଥିଲେ କି ଶୁଭଶ୍ରୀ ଙ୍କ ମୃତ ଦେହ ଖଟ ଉପରେ ପଡିଥିଲା ଏବଂ ବେକରେ କଟା ଦାଗ ରହିଥିଲା I ତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେI

ମୃତଦେହ ମିଳିଥିବା ଘରକୁ ପୁଲିସ ସିଲ୍‍କରି ରାତିତମାମ ଜଗି ରହିଛି। ବୁଧବାର ସକାଳୁ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ। ମହିଳାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ସେନେଇ କିଛି ଜଣାପଡ଼ିନାହିଁ। ଘର ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‍ ଯାଞ୍ଚ କରୁଛି ପୁଲିସ। ତେବେ ତାଙ୍କୁ ଲୁଟ୍‍ପାଟ୍‍ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ମୃତଦେହ ମିଳିଥିବା ଘରକୁ ପୁଲିସ ସିଲ୍‍କରି ରାତିତମାମ ଜଗି ରହିଛି। ବୁଧବାର ସକାଳୁ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବ। ମହିଳାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ସେନେଇ କିଛି ଜଣାପଡ଼ିନାହିଁ। ଘର ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‍ ଯାଞ୍ଚ କରୁଛି ପୁଲିସ। ତେବେ ତାଙ୍କୁ ଲୁଟ୍‍ପାଟ୍‍ ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।