ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ଘଟଣାରେ ମିଳିଲା ପରିଚୟ

ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ଘଟଣାରେ ମିଳିଲା ପରିଚୟ
Samaya Live News Picture
Published On

ପାରାଦୀପ : ପାରାଦୀପ ତାରିଣୀଗଡ଼ାରେ ଖୁଣ୍ଟିଆ ନିବାସ ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ଘଟଣା । ମୃତ ମହିଳାଙ୍କ ପରିଚୟ ମିଳିଲା।  ମୃତ ଯୁବତୀଙ୍କ ଘର ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ କୋଲର ଅଞ୍ଚଳରେ । ସେ +୩ରେ ପଢୁଥିଲେ । ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସୂଚନା । ଲିଫ୍ଟ ଦେବା ନାଁରେ ସାରଳା ରୋଡ଼ ରୁ ଯୁବତୀଙ୍କୁ ପାରାଦୀପ ନେଇ ଆସିଥିଲା ଯୁବକ । ଭଡ଼ାଟିଆ ଅଣଓଡ଼ିଆ ଯୁବକ ହିଁ ହତ୍ୟାକାରୀ । ଗଣଦୁଷ୍କର୍ମ ପରେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ୪ ମହଳା ଛାତ ଉପରୁ ଠେଲିଦେଇଥିଲା । ଘଟଣାରେ ଗଣ ଦୁଷ୍କର୍ମକୁ ନେଇ ସନ୍ଦେହ । ବିହାରୀ,ୟୁପି,ଓଡ଼ିଆ ଯୁବକ ଅଟକ । ସିସିଟିଭି ଫୁଟେଜରୁ ମିଳିଲା ସାଂଘାତିକ ତଥ୍ୟ। ଅଭିଯୁକ୍ତଙ୍କୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। 

ସୂଚନା ଅନୁସାରେ, ତାରିଣୀଗଡ଼ାର ଶମ୍ଭୁ ଖୁଣ୍ଟିଆଙ୍କ କୋଠାର ଚତୁର୍ଘ ମହଲାରେ ଚାରୋଟି ରୁମ୍ ଅଛି। ସେଥିରୁ ଗୋଟିଏ ରୁମରେ ଅଭିଯୁକ୍ତମାନେ ରହୁଥିଲେ । ଗତ ୨୩ ତାରିଖରେ ଖୁଣ୍ଟିଆ ନିବାସ ଛାତ ତଳୁ  ମିଳିଥିଲା ଯୁବତୀଙ୍କ ଉଲଗ୍ନ ମୃତଦେହ । ଘଟଣା ପରେ ପୁଲିସ ଯେତେବେଳେ ରୁମ ଛାନଭିନ୍ କଲା ସେଠାରୁ ମହିଳାଙ୍କର ଅନ୍ତବସ୍ତ୍ର, ଚୁଡ଼ିଦାର ପ୍ୟାଣ୍ଟ ତାଜା ଉପରୁ ଜବତ କରିଥିଲା। ଦୁଷ୍କର୍ମ ବୋଲି ପୁଲିସ ସ୍ପଷ୍ଟ ହୋଇ ଯାଇଥିଲା। ସାଇଣ୍ଟିଫିକ୍ ଟିମ ପହଁଚି ଛାତ ଉପରୁ ଖଇନି ଜରି, ମଶାଧୂପ, ପୋଡା ସିଗାରେଟ ସହିତ ଘରର ଗ୍ୟାସ ପାଇପରେ ଝୁଲି ରହିଥିବା ଯୁବତୀଙ୍କ ବସ୍ତ୍ର, ସିସିଟିଭି ହାର୍ଡଡିସ୍କ ଜବତ କରିଥିଲା। ତେବେ ଅଭିଯୁକ୍ତମାନେ ଛତ୍ରିଙ୍କ ମୋବାଇଲ ଫୋନକୁ ସୁଇଚ ଅଫ୍ କରି ତାଜା ଉପରକୁ ଫିଙ୍ଗି ଦେଇଥିଲେ। ପୁଲିସ ମୋବାଇଲ ଫୋନ୍ ଅନ୍ କରିବା ପରେ ଛାତ୍ରୀଙ୍କ ଭାଇ ଫୋନ୍ କଲ୍ କରିଥିଲେ। ଫୋନ୍ କରି ସେ ଛାତ୍ରୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦେଇଥିଲେ ।ଏହି ଘଟଣାରେ ଘର ମାଲିକଙ୍କ ସମେତ ୮ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା ପୋଲିସ

Tags: