ସ୍ତ୍ରୀ ଙ୍କ ତଣ୍ଟିକାଟି ହତ୍ୟା କଲେ ସ୍ୱାମୀ
ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ବଚସା ପରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛନ୍ତି ସ୍ୱାମୀ । ବୁଧୁବାର ଦିନ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା କୁହାର ସ୍ୱସ୍ତି ନଗର ଅଞ୍ଚଳରେ । ମୃତକ ହେଲେ ପ୍ରିୟମ୍ବଦା ଷଡ଼ଙ୍ଗୀ ଏବଂ ଅଭିଯୁକ୍ତ ସ୍ୱାମୀ ହେଉଛନ୍ତି ଦେବରାଜ ଷଡ଼ଙ୍ଗୀ । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ଦେବରାଜ ରିଟାର୍ଡ ସିନିୟର୍ ଆକାଉଣ୍ଟ ଅଫିସର ଥିଲେ । ସେ ୨ବର୍ଷ ପୂର୍ବରୁ ଅବସର ନେଇଛନ୍ତି । ଦେବରାଜଙ୍କର ଜଣେ ଝିଅ ଅଛନ୍ତି ଏବଂ ସେ ବିବାହ କରି ଅନ୍ୟତ୍ର ରହୁଛନ୍ତି । ତେବେ ଦେବରାଜ କିଛି ଦିନ ହେଲା ଡିପ୍ରେସନର ଶିକାର ଔଷଧ ଖାଉଥିଲେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି ।
Tags:



