ସ୍ତ୍ରୀ କୁ ମାରି ଲାଟ୍ରିନ ଟାଙ୍କିରେ ପୋତିଦେଲା ସ୍ୱାମୀ
୪ ବର୍ଷ ପୁଅ ଆଖିରେ ଲୋମ ଟାଙ୍କୁରା କାହାଣୀ
ଉମରକୋଟ : ସ୍ତ୍ରୀକୁ ମାରି ଲାଟ୍ରିନ ଟାଙ୍କିରେ ପୋତିଦେଲା ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବୋର୍ ଗାଁ ରେ ଚାଞ୍ଚଲ୍ୟ। ମୃତକ ହେଲେ ମନେଇ ଗଣ୍ଡ । ତେବେ ଏହି ଘଟଣାର ୪ ବର୍ଷର ପୁଅ ଖୋଲି ଦେଇଛି ଅସଲ ଗୁମର । ସମସ୍ତଙ୍କ ଆଗରେ ବଖାଣିଛି ଲୋମ ଟାଙ୍କୁରା କାହାଣୀ । ଘଟଣା ସାମ୍ନାକୁ ଆସିବା ପରେ ହତ୍ୟାକାରୀ ସ୍ୱାମୀ ସୁବାସ ଗଣ୍ଡକୁ ଥାନାରେ ଅଟକ ରଖିଛି ରାଇଘର ପୋଲିସ୍ ।
ଘଟନାନୁସାରେ, ଗତ ରବିବାର ରାତିରେ ପରିବାରର ସମସ୍ତ ସଦସ୍ୟ ମାନେ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ। କିନ୍ତୁ ରାତିରେ ସୁବାସ ଗଣ୍ଡ ପରିବାର ସହ ଘରକୁ ପଳାଇ ଆସିଥିଲା । ସେହି ରାତିରେ ନିଶାସକ୍ତ ଅବସ୍ଥାରେ ସୁବାସ ଏବଂ ମନେଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସୁବାସ ସ୍ତ୍ରୀ ମନେଇକୁ ମାଡ଼ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ସ୍ତ୍ରୀ କୁ ନେଇ ପାଇଖାନା ଟାଙ୍କିରେ ପକାଇ ଦେଇ ଆସିଥିଲା ସୁବାସ । ସକାଳେ ସ୍ତ୍ରୀ ଘରୁ କୁଆଡେ ଚାଲିଯାଇଥିବା ବିଷୟରେ ଗ୍ରାମବାସୀଙ୍କୁ କହିଥିଲା । କିନ୍ତୁ ୪ ବର୍ଷର ପୁଅ ଗ୍ରାମବାସୀଙ୍କ ସମ୍ମୁଖରେ ସବୁ ସତ କହିଥିଲା । ଯାହାପରେ ଗ୍ରାମବାସୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରିଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ତଦନ୍ତ ପାଇଁ ନବରଙ୍ଗପୁର ରୁ ଏକ ସାଇଣ୍ଟି ଫିକ ଟିମ୍ କୁ ଡକାଯାଇଛି ।



