ଓଡ଼ିଆ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ୱାମୀଙ୍କୁ ଆଜୀବନ ଜେଲ

ଓଡ଼ିଆ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ୱାମୀଙ୍କୁ ଆଜୀବନ ଜେଲ

ଭୁବନେଶ୍ୱର : ଓଡ଼ିଆ ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ମାମଲା । ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ ଲକ୍ଷ୍ମୀପ୍ରିୟା ରାୟଚୌଧୁରୀ । ଏହା ଏକ ହତ୍ୟା ବୋଲି ମତଦେବା ସହ ଅଭିଯୁକ୍ତ ସ୍ୱାମୀ ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ଏହି ଘଟଣାରେ ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଓ ଶ୍ବଶୁର ଲିଙ୍ଗରାଜ ସାହୁଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି କୋର୍ଟ ।

ସମ୍ବନ୍ଧିତ ଖବର ଗୃହରେ ଅଚଳାବସ୍ଥା ଜାରି,୧୧.୩୦ ଯାଏଁ ମୁଲତବୀ

Nikita_1627537767

ସମ୍ବନ୍ଧିତ ଖବର ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ପାଇଁ ୧.୭୩ କୋଟି ଟଙ୍କା ମଞ୍ଜୁର

ସୂଚନାନୁସାରେ,୨୦୧୬ ମସିହା ନଭେମ୍ବର ୨୫ରେ ଟେଲି ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ସହ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ । ବିବାହ ପରେ ନିକିତାଙ୍କୁ ଶାଶୁଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିନୟରୁ କରୁଥିବା ଆୟ ସହ ଅଧିକ ଯୌତୁକ ଆଣିବା ପାଇଁ ନିକିତାଙ୍କ ଉପରେ ଚାପ ପଡ଼ୁଥିଲା । ଏପରିକି ଗର୍ଭବତୀ ଥିବା ବେଳେ ଶାଶୂଘର ଲୋକେ ତାଙ୍କର କୌଣସି ଯତ୍ନ ମଧ୍ୟ ନେଉନଥିଲେ ବୋଲି ଅଭିଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର ୨୨.୨.୨୦୨୬ ରବିବାର

୨୦୧୮ରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ନିକିତା । କିନ୍ତୁ ହସ୍ପିଟାଲରେ ଶିଶୁପୁତ୍ରକୁ ଶାଶୂଘର ଲୋକେ କେହି ଦେଖିବାକୁ ଆସିନଥିଲେ । ପରେ ନିକିତାଙ୍କ ଅନୁରୋଧ କ୍ରମେ ଲିପୁନ ତାଙ୍କୁ ଶାଶୂଘରକୁ ନେଇଥିଲେ । କିନ୍ତୁ ସେଠାରେ ପୁଣି ନିର୍ଯାତନା ଆରମ୍ଭ ହୋଇଥିଲା । 

୨୦୧୯ ଜାନୁଆରୀ ୪ ତାରିଖ ସନ୍ଧ୍ୟାରେ କଟକ ମହାନଦୀ ବିହାରରେ ଥିବା ଆପାର୍ଟମେଣ୍ଟର ଛାତ ଉପରକୁ ନିକିତାଙ୍କୁ ଡାକି ନେଇଥିଲେ ଲିପନ । ତେବେ ରାତି ପ୍ରାୟ ୧୦ଟା ୧୫ରେ ଛାତ ଉପରୁ ତଳକୁ ପଡିଯାଇଥିଲେ ନିକିତା । ଗୁରୁତର ଅବସ୍ଥାରେ ନିକିତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଲିପନ ଏବଂ ତାଙ୍କ ପିତା, ମାତାଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦାଏର କରିଥିଲେ ନିକିତାଙ୍କ ବାପା । 

Tags: