ଦୁର୍ବୁତ୍ତଙ୍କ ବୋମା ମାଡ଼ରେ ଘର ଧ୍ବଂସ,ଅଳ୍ପକେ ବର୍ତ୍ତିଲା ପରିବାର
ଛତ୍ରପୁର : ଛତ୍ରପୁର ଚି଼ଖାଲଖଣ୍ଡି ଗାଁରେ ଦୁର୍ବୁତ୍ତଙ୍କ ବୋମାମାଡ଼ l ଏଥିରେ ଘର ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ l ଗତ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ଏହି ଘଟଣା ଘଟିଛି l ଘରେ ସମସ୍ତେ ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼ ହୋଇଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି l
ସୂଚନା ଅନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ଚିକଲଖଣ୍ଡି ଗ୍ରାମର ଜି. କାମରାଜୁ ରେଡ୍ଡୀ ଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ ଦୁର୍ବୁତ୍ତ l ବୋମାମାଡରେ ଘରର ଛାତ ଭୁଶୁଡି ପଡିଥିବାବେଳେ ଘରର କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା l ଘରର ପଛ ପଟୁ ବୋମା ମାଡ଼ କରାଯାଇଥିଲା l ଏଥିରୁ ଅଳ୍ପକେ ବର୍ତ୍ତିଗଲେ ବାପା, ମାଆ ଓ ପୁଅ । ବୋମା ମାଡ଼ ର କାରଣ ଅସ୍ପଷ୍ଟ ରହିଛି l ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଘଟଣାର ଖବର ପାଇ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରି ଛନ୍ତି l



