ହିଜାବ ବିବାଦରୁ ବଜରଙ୍ଗୀ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା
କର୍ଣ୍ଣାଟକ:ଫେବୃଆରୀ ୨୧: ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କୁ ଛୁରୀ ମାରି ହତ୍ୟା । ଗତକାଲି କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ୨୬ ବର୍ଷିୟ ହର୍ଷଙ୍କ ହତ୍ୟା ହୋଇଥିବା କୁହାଯାଉଛି । ହର୍ଷ ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ତଥା ଗେରୁଆ ବସ୍ତ୍ରର ସମର୍ଥନ କରି ଏକ ପୋଷ୍ଟ ଲେଖିଥିଲେ । ଏହା ହିଜାବ ବିବାଦ ସହ ଜଡିତ ଥିବା ପୋଲିସ ନିଜ ତଦନ୍ତରୁ କହିଛି । ତେବେ ତାଙ୍କ ମୃତ୍ୟୁ ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୪୪ […]
କର୍ଣ୍ଣାଟକ:ଫେବୃଆରୀ ୨୧: ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କୁ ଛୁରୀ ମାରି ହତ୍ୟା । ଗତକାଲି କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ୨୬ ବର୍ଷିୟ ହର୍ଷଙ୍କ ହତ୍ୟା ହୋଇଥିବା କୁହାଯାଉଛି । ହର୍ଷ ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ତଥା ଗେରୁଆ ବସ୍ତ୍ରର ସମର୍ଥନ କରି ଏକ ପୋଷ୍ଟ ଲେଖିଥିଲେ । ଏହା ହିଜାବ ବିବାଦ ସହ ଜଡିତ ଥିବା ପୋଲିସ ନିଜ ତଦନ୍ତରୁ କହିଛି । ତେବେ ତାଙ୍କ ମୃତ୍ୟୁ ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ସ୍ଥିତିକୁ ଦେଖି ରିଜର୍ଭ ପୁଲିସ୍ ଶିବମୋଗାରେ ମୁତୟନ ହୋଇଛନ୍ତି । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସେପଟେ କର୍ଣ୍ଣାଟକର ଗୃହମନ୍ତ୍ରୀ କହିଛନ୍ତି, ଜଣେ ୨୬ ବର୍ଷ ବୟସ୍କ ଯୁବକଙ୍କୁ ୪-୫ ଜଣ ଯୁବକ ହତ୍ୟା କରିଛନ୍ତି । ଏହି ହତ୍ୟା ପଛରେ କୌଣସି ସଂଗଠନ ଅଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ସେ ତଦନ୍ତ ପରେ ପୂରା ଘଟଣା ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି । ତେଣୁ ସମସ୍ତଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ ।




