ଦିଲ୍ଲୀରେ ହାଇ ଆଲର୍ଟ

ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ଆତଙ୍କବାଦୀ ହମଲା ନେଇ ଦିଲ୍ଲୀରେ ହାଇ ଆଲର୍ଟ ଜାରି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଗୁଇନ୍ଦା ସୂଚନା ଆଧାରରେ ଦିଲ୍ଲୀ ପୋଲିସ ହାଇ ଆଲର୍ଟ ଜାରି କରିଛି । ସୁରକ୍ଷା ଏଜେନ୍ସି ଗୁଡିକ ଦିଲ୍ଲୀରେ ଆତଙ୍କବାଦୀ ସତର୍କତା ଜାରି କରିଛନ୍ତି । ପାକିସ୍ତାନୀ ଆତଙ୍କୀ ସଂଗଠନ ଲସ୍କର-ଏ-ତୈବା ଦ୍ୱାରା ଦିଲ୍ଲୀର ଜନଗହଳିପୂର୍ଣ୍ଣ ଧାର୍ମିକ ଏବଂ ଐତିହ୍ୟ ସ୍ଥାନଗୁଡ଼ିକୁ ଟାର୍ଗେଟ କରି ହମଲା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ହାଇ ଆଲର୍ଟ ଜାରି କରାଯାଇଛି । ଏଗୁଡିକ ମଧ୍ୟରେ ଲାଲକିଲ୍ଲା ଏବଂ ଚାନ୍ଦନୀ ଚୌକରେ ମନ୍ଦିରକୁ ଟାର୍ଗେଟ କରାଯାଇଛି ।

ସମ୍ବନ୍ଧିତ ଖବର ୱାସିଂଟନକୁ ନିଜ ବାୟୁସେନା ଘାଟି ବ୍ୟବହାର କରିବାକୁ ଅନୁମତି ଦେଲାନି ବ୍ରିଟେନ

ଫେବୃଆରୀ ୬ରେ ପାକିସ୍ତାନର ଇସଲାମାବାଦର ଏକ ମସଜିଦରେ ବିସ୍ଫୋରଣ ପରେ, ଏହି ସଂଗଠନ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର ‘ତୁଗଲକି କମିସନ’ କହି ଇସି ଉପରେ ବର୍ଷି‌ଲେ ମମତା

ସୁରକ୍ଷା ଏଜେନ୍ସିଗୁଡ଼ିକୁ ସୂଚନା ମିଳିଥିଲା କି ଲସ୍କର-ଏ-ତୋଇବା (LeT) ଆତଙ୍କବାଦୀମାନେ ଦେଶର ପ୍ରମୁଖ ସ୍ଥାନରେ ଥିବା ମନ୍ଦିର ଏବଂ କିଛି ଐତିହ୍ୟ ସ୍ଥାନ ଗୁଡିକୁ ଟାର୍ଗେଟ କରିପାରନ୍ତି। ସୂଚନା ପାଇବା ମାତ୍ରେ, ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଲାଲକିଲ୍ଲା, ଚାନ୍ଦନୀ ଚୌକ ଏବଂ ଆଖପାଖ ଧାର୍ମିକ ସ୍ଥଳରେ ସୁରକ୍ଷା ବୃଦ୍ଧି କରିଥିଲେ । ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସନ୍ଦେହଜନକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ କଡାକଡି ଯାଞ୍ଚ କରାଯାଉଛି I

ସମ୍ବନ୍ଧିତ ଖବର ନିର୍ବାଚନ ପୂର୍ବରୁ ମାଗଣା ସଂସ୍କୃତି ନେଇ ରାଜ୍ୟମାନଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ସୂଚନାନୁସାରେ,୨୦୨୫ ନଭେମ୍ବର ୧୦ ସନ୍ଧ୍ୟାରେ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ଅନେକ ଲୋକ ପ୍ରଭାବିତ ହୋଇଥିଲେ ଏବଂ ଅନେକ ଯାନବାହନ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିଲା। ଏକ କାରରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପୂର୍ବରୁ ପ୍ରାୟ ତିନି ଘଣ୍ଟା ଧରି ଲାଲକିଲ୍ଲା ଅଞ୍ଚଳରେ କାରଟି ପାର୍କିଂ କରାଯାଇଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ, ଦେଶର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଇଥିଲା ଏବଂ ଅନେକ ଲୋକଙ୍କୁ ଗିରଫ କରାଯାଇଥିଲା।

Tags: